ନୀଳଗିରି: ବାପା ମା'ଙ୍କ ସ୍ବପ୍ନ ଏବଂ ନିଜର ଅଧ୍ୟବସାୟ ପାଇଁ ଓଡ଼ିଶାର ସବୁଠୁ କଠିନ ଏବଂ ସମ୍ମାନସ୍ପଦ ଓପିଏସସି ପରୀକ୍ଷାରେ କୃତିତ୍ବ ଅର୍ଜନ କରି ନୀଳଗିରି ତଥା ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି ନୀଳଗିରି ବ୍ଲକ ମହିଷାପଟା ପଞ୍ଚାୟତ ମହିଷାପଟା ଗ୍ରାମର ସଞ୍ଜୀବ ସ୍ୱାଇଁ ଏବଂ ମାଆ ସ୍ୱର୍ଗତ ପ୍ରମିଳା ସ୍ୱାଇଁଙ୍କ ସୁପୁତ୍ର କ୍ରୀଷ୍ଣା ଗୋପାଳ ସ୍ୱାଇଁ । ୨୦୨୩ ମସିହା ଓପିଏସସି ପରୀକ୍ଷାରେ ଏହି କୃତିତ୍ବ ପାଇଥିବା ବେଳେ ଏହା ତାଙ୍କର ତୃତୀୟ ଚେଷ୍ଟାଥିଲା । ୨୬ ତାରିଖ ପ୍ରକାଶିତ ଏହି ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ସେ ସମଗ୍ର ଓଡ଼ିଶାରେ ୧୩ତମ ସ୍ଥାନ ଅଧିକାର କରିଛନ୍ତି ।
/filters:format(webp)/sambad/media/media_files/2025/09/26/new-project-11-2025-09-26-15-50-14.jpg)
ବାଲ୍ୟକାଳରୁ ଜଣେ ମେଧାବୀ ଛାତ୍ରଭାବରେ ନିଜର ପ୍ରାଥମିକଶିକ୍ଷା ନିଜଗ୍ରାମ ବାବା ବୈଦନାଥ ଉଚ୍ଚବିଦ୍ୟାପୀଠ ମହିଷାପଟାରୁ ଉତ୍ତୀର୍ଣ୍ଣହେବା ପରେ ଯୁକ୍ତଦୁଇ ବିଜ୍ଞାନରେ ସୁଲଗ୍ନା କଲେଜ ବାଲେଶ୍ୱର ଏବଂ ପରେ ସୋର ଉପେନ୍ଦ୍ରନାଥ କଲେଜରୁ ସ୍ନାତକଡ଼ିଗ୍ରୀ ହାସଲକରି ଓଡ଼ିଶା ପ୍ରଶାସନିକ ସେବା ପାଇଁ ଚେଷ୍ଟା ଜାରି ରଖିଥିଲେ। ସର୍ବୋଚ୍ଚ ୨୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବାରୁ ତାଙ୍କୁ ନୀଳଗିରି ଅଞ୍ଚଳ ସମେତ ସାରା ଓଡ଼ିଶାରୁ ପ୍ରଶଂସାର ସୁଅ ଛୁଟିଛି। ଏହି କୃତିତ୍ବ ପାଇଁ ସେ ନିଜର ପିତମାତା ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/09/26/new-project-1-2025-09-26-22-31-16.jpg)