କାଠଫାଳିଆରେ ବୃଦ୍ଧାଙ୍କୁ ପିଟିପିଟି ହତ୍ୟା : ଜଣେ ଗିରଫ, ଅନ୍ୟ ଦୁଇଜଣ ଫେରାର

ବାଲିଆପାଳ : ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଚୌମୁଖ ଗ୍ରାମର ଜଣେ ବୃଦ୍ଧାଙ୍କୁୁ ପୂର୍ବ ଶତ୍ରୁତାରୁ କାଠଫାଳିଆରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି। ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣ ଫେରାର ହୋଇଯାଇଛନ୍ତି।

ଅଭିଯୋଗ ଅନୁଯାୟୀ, ଶନିବାର ରାତିରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗ୍ରାମର ରଞ୍ଜନ ବେହେରାଙ୍କ ପତ୍ନୀ ସୁଶ୍ରୀବାଳା, ତାଙ୍କ ବାପା ସେହି ଗ୍ରାମର ଗୌରାଙ୍ଗ ଦାସ ଏବ˚ କକା ନୃସି˚ହ ଦାସ ମିଳିମିଶି ମୁକ୍ତେଶ୍ବର ବେହେରାଙ୍କ ପତ୍ନୀ ଆରତୀ ଓ ମା’ ବାସନ୍ତୀ(୬୫)ଙ୍କୁ କାଠଫାଳିଆରେ ଆକ୍ରମଣ କରିଥିଲେ। ଆରତୀ ଏବ˚ ବାସନ୍ତୀ ଗୁରୁତର ଅବସ୍ଥାରେ ତଳେ ପଡ଼ିଥିବା ବେଳେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରିବାର ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଆହତଙ୍କୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଥିଲା। ବାଲେଶ୍ବରରେ ଡାକ୍ତର ବାସନ୍ତୀଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ଝାଡ଼େଶ୍ବରଙ୍କ ଅଭିଯୋଗ କ୍ରମେ ଥାନାରେ କେସ ନମ୍ବର ୩୧୫/୧୮ ମୂଳେ ଏକ ମାମଲା ରୁଜ୍ଜୁ ହୋଇଛି। ପୁଲିସ ଚୌମୁଖ ଗ୍ରାମକୁ ଯାଇ ନୃସି˚ହକୁ ଗିରଫ କରି ଥାନାକୁ ଆଣିଥିଲା ବେଳେ ଅନ୍ୟ ଦୁଇଜଣ ଫେରାର ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର