ନୀଳଗିରି: କୂଳଡିହା ଅଭୟାରଣ୍ୟର ପଞ୍ଚଲିଙ୍ଗେଶ୍ବର ବିଟ୍‌ ଅଧୀନ ଧାନଶୁଖା ପାହାଡ଼ ନିକଟରେ ସୋମବାର ରାତିରେ ଶିକାରୀଙ୍କ ଗୁଳିରେ ଗୁରୁତର ଆହତ ହୋଇ ଦୁଇ ସବୁଜବାହିନୀ କର୍ମଚାରୀ ଡାକ୍ତରଖାନା ଚିକିତ୍ସିତ ହେଉଛନ୍ତି। ଅପରପକ୍ଷରେ ବନବିଭାଗ , ନୀଳଗିରି ପୁଲିସ,ବରହମପୁର ପୁଲିସ ଓ ଶିମିଳିପାଳ ଏସଟିଏଫର ମିଳିତ ଚଢଉରେ ପାଞ୍ଚ ଦିନରେ ୧୫ ଶିକାରୀଙ୍କ ସମେତ ୨୦ ଦେଶୀ ବନ୍ଧୁକ ଓ ଅନେକ ବନ୍ଧୁକ ପ୍ରସ୍ତୁତ ସରଞ୍ଜାମ ଜବତ କରାଯାଇଛି।

Advertisment

publive-image

ସେହିପରି କମ୍ବିଂ ଅପରସେନର ଦ୍ବିତୀୟ ଦିନରେ ବରହମପୁର ଥାନା ଅଧୀନ ଜଙ୍ଗଲ ପାଦଦେଶ ଗ୍ରାମରେ ଚଢଉ କରାଯାଇଥିଲା। ତୃତୀୟ ଦିନରେ ମଧ୍ୟ ଜାରି ରହିଛି କମ୍ବିଂ ଅପରେସନ। ପୁଣି କୁଳଡିହାରୁ ବନ୍ଧୁକ ସହ ଜଣେ ଶିକାରୀ ଗିରଫ ହୋଇଛନ୍ତି। ଅଶୋକନାଳ ଅଞ୍ଚଳରେ ହେଉଥିଲା ବନ ବିଭାଗର କମ୍ବିଂ ଅପରେସନ। ବରହମପୁର ପୁଲିସ ସହ କୂଳଡିହା ବନବିଭାଗ ଓ ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସର ମିଳିତ ଚଢଉରେ ୭ ବନ୍ଧୁକ ସମେତ ୭ ଶିକାରୀ ଗିରଫ ହୋଇଥିଲେ। ଗତକାଲି ରାତିରେ ମଧ୍ୟ ଏହି ଅପରେସନରେ ଅଶୋକନାଳ ଗ୍ରାମର ଶିକାରୀ ବାବାଜୀ ମଢେଇଙ୍କୁ ଏକ ଦେଶୀ ବନ୍ଧୁକ ସହ ଗିରଫ କରାଯାଇଛି।