ବାଲେଶ୍ୱର : ବାଲେଶ୍ୱର ସହରରେ ଆଜି ସନ୍ଧ୍ୟାରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁଳି ତାଙ୍କ ଅଣ୍ଟାରେ ବାଜିଛି। ଆହତ ଗଦାଧର ହେମ୍ବ୍ରମ (୩୫)ଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଡାକ୍ତରଖାନାରେ ଭର୍ତି କରା ଯାଇଥିଲା। ହେଲେ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଜନଗହଳିପୂର୍ଣ୍ଣ ଲକ୍ଷ୍ମୀ ନାରାୟଣ ମନ୍ଦିର ପାଖରେ ଏହି ଘଟଣା ଘଟିଛି। ଏହାକୁ ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ସୂଚନା ମୁତାବକ ଅରଡ଼ ବଜାରର ବିଧାନ ହେମ୍ବ୍ରମଙ୍କ ପୁଅ ଗଦାଧର କୁରୁଡ଼ା ନିକଟ ବାଙ୍ଗରାରୁ କୁକୁଡ଼ା ଲଢ଼େଇ କରାଇ ଆପାଚି ବାଇକ୍ ଓଡି-୦୧-ଏଚ-୯୬୬୯ରେ ଘରକୁ ଫେରିବା ବେଳେ ଲକ୍ଷ୍ମୀ ନାରାୟଣ ମନ୍ଦିର ପାଖରେ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା। ବାଇକ ପଛରେ ବସିଥିବା ଗଦାଧରଙ୍କ ଅଣ୍ଟାରେ ଗୁଳି ବାଜିଥିଲା।
ଗୁଳିମାଡ଼ରେ ଜଣେ ଗୁରୁତର
/sambad/media/post_attachments/wp-content/uploads/2018/01/guli-kanda-photo.JPG.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)