ବସ୍ତା: ବସ୍ତା ଥାନା ୧୬ ନମ୍ୱର୍ ଜାତୀୟ ରାଜପଥ ଭେଲୋରା ପେଟ୍ରୋଲ ପମ୍ପ ନିକଟରେ କାର ଓ ବାଇକ୍ ମୁହାଁମୁହିଁ ଧକ୍କା ଜଣେ ଗୁରୁତର ହୋଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଜଳେଶ୍ଵରରୁ ବାଲେଶ୍ୱର ଅଭିମୁଖେ କାର (ଓଡି ୦୧ ଏ କ୍ୟୁ ୨୫୪୧)  ଯାଉଥିବା ସମୟରେ ଭେଲୋରା ପେଟ୍ରୋଲ ପମ୍ପ ନିକଟରେ (ଓଡି ୦୧ ୱାୟୀ ୭୬୮୯)ବାଇକ୍ ସାମ୍ନାକୁ ଆସିଥିଲା। ଫଳରେ କାର ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା।

Advertisment

ବାଇକ୍ ଚାଳକ ଛିଟିକି ହୋଇ କାର ସମ୍ମୁଖରେ ବାଡେଇ ହୋଇ ଘଟଣାସ୍ଥଳରେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ପଠାଇଥିଲେ। ଖବର ପାଇ ଅମର୍ଦ୍ଦାରୋଡ ଫାଣ୍ଡି ପୁଲିସ ଘଟଣାସ୍ଥଳରୁ ବାଇକ୍ ଓ କାର କୁ ଜବତ କରିବା ସହିତ ଅଧିକ ତଦନ୍ତ ଚଳାଇଥିବା ଜଣାଯାଇଛି।