ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ଖଇରା ଥାନା ବାଙ୍କିତିରା ଛକରେ ଗୋରୁ ବୋଝେଇ ଏକ ପିକଅପ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ପିକଅପଟି ବେଆଇନ ଭାବେ ଗୋରୁ ବୋଝେଇ କରି ନେଇ ଯାଉଥିଲା। ପିକଅପରେ ୮ଟି ଗୋରୁ ଥିବା ବେଳେ ଗାଡ଼ିଟି ଓଲଟି ପଡିବାରୁ ୪ଟି ଗୋରୁଙ୍କର ମୃତ ହୋଇଯାଇଛି। ଡ୍ରାଇଭର ଜଣକ ଫେରାର ହୋଇଯାଇଥିବା ବେଳେ ହେଲ୍ପରକୁ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି।

Advertisment

ବାଙ୍କିତିରା ଛକରେ ଗୋରୁ ବୋଝେଇ ପିକଅପ ଗାଡିଟି ବିଦ୍ୟୁତ ଖୁଣ୍ଟରେ ବାଡେଇ ଓଲଟି ପଡ଼ିଥିଲା। ଫଳରେ ଗାଡ଼ିରେ ଥିବା ୮ଟି ଗୋରୁ ମଧ୍ୟରୁ ୪ଟି ଗୋରୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ତେଣୁ ୪ଟି ଗୋରୁଙ୍କୁ ସ୍ଥାନୀୟ ଲୋକମାନେ ଫିଟେଇ ଦେଇଛନ୍ତି। ଖଇରା ପୁଲିସ ଘଟଣାସ୍ଥଳରେ ପହଁଚି ହେଲ୍ପରକୁ ଅଟକ ରଖିଛି। ପ୍ରତ୍ୟେକ ଦିନ ଏହି ରାସ୍ତାରେ ୭ରୁ ଅଧିକ ଗୋରୁ ଗାଡ଼ି ଯାଉଥିବା ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।