ବ୍ୟାସକବି ଫକୀରମୋହନଙ୍କ ସାଧନାପୀଠ ଶାନ୍ତିକାନନ ପରିସରରେ ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବାଲେଶ୍ୱର: ବ୍ୟାସକବି ଫକୀରମୋହନ ସେନାପତିଙ୍କ ସାଧନାପୀଠ ଶାନ୍ତିକାନନ ପରିସରରେ ଆଜି ପୂର୍ବାହ୍ନରେ ସମ୍ବାଦ ସାହିତ୍ୟଘର ବାଲେଶ୍ୱର ସଦର ଶାଖା ତରଫରୁ ଫକୀରମୋହନ ସାହିତ୍ୟ ପରିଷଦ ସହଯୋଗରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ସାହିତ୍ୟଘର ବାଲେଶ୍ୱର ଶାଖାର ସଭାପତି ଡ. ହରିଶ୍ଚନ୍ଦ୍ର ବେହେରା, ଉପସଭାପତି ଅର୍ଚ୍ଚନା ନନ୍ଦୀ, ଭାଷା ସୁରକ୍ଷା ଆନ୍ଦୋଳନର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡ. ଶିରୀଶ ଚନ୍ଦ୍ର ଜେନା, ଉପସଭାପତି ଦୀନବନ୍ଧୁ ଲେଙ୍କା, ଅନସୂୟା ନାୟକ, ସୁକାନ୍ତି ଦେବଗୋସ୍ୱାମୀ, ଯୁବକବି ରଞ୍ଜିତ କଲ୍ୟାଣ ପୃଷ୍ଟି, ଲମ୍ବୋଦର ନାୟକ, ଅରୂପ ଜେନା ଯୋଗ ଦେଇଥିଲେ |

ସେହିପରି ‘ସମ୍ବାଦ’ ଉତ୍ତର ଓଡ଼ିଶା ସଂସ୍କରଣର ବିଜ୍ଞାପନ ବିଭାଗ ମୁଖ୍ୟ ଉମାକାନ୍ତ ସେଠୀ, ମୁଖ୍ୟ ସହସମ୍ପାଦକ ସୁଦାମବନ୍ଧୁ ଭଟ୍ଟମିଶ୍ର, ଜିଲ୍ଲା ପ୍ରତିନିଧି ବଟକୃଷ୍ଣ ବିହାରୀ, ସହସମ୍ପାଦକ ନୃସିଂହ ବାରିକ, ସହର ପ୍ରତିନିଧି ମନୋଜ କୁମାର ରାଉଳ ପ୍ରମୁଖ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। କାର୍ଯ୍ୟକ୍ରମରେ ପିଜୁଳି, ଜାମୁ, ବଉଳ, ଅଁଳା, ଗଙ୍ଗଶିଉଳି, ଚମ୍ପା ଆଦି ଚାରାରୋପଣ କରାଯାଇଥିଲା।

ସମ୍ବନ୍ଧିତ ଖବର