ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ଗୁଡ଼ ଗାଁରେ ରାଜନୈତିକ ହିଂସା। ଏହି ଗାଁରେ ଗତକାଲି ବିଳମ୍ବିତ ରାତିରେ କୌଣସି ଏକ କାରଣକୁ ନେଇ ପୂର୍ବରୁ ବିଜେପି ଓ ବିଜେଡି ଦଳର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଦୁଇ ରାଜନୈତିକ ଗୋଷ୍ଠୀ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗତକାଲି ରାତିରେ ବିଜେଡିର ୭ ରୁ ୮ ଜଣ କର୍ମୀ ଦୁଇ ବିଜେପି କର୍ମୀଙ୍କୁ ଭୁଜାଲିରେ ମୁଣ୍ଡ ଓ କାନକୁ ଆକ୍ରମଣ କରିବାରୁ ସେମାନେ ଗୁରୁତର ଆହତ ହେବା ସହିତ ଜଣକ ଗୋଡ଼କୁ ଭାଙ୍ଗିଯାଇଛି।

Advertisment

ଏହି ଦୁଇ ଗୁରୁତର ବ୍ୟକ୍ତି ହେଉଛନ୍ତି ଦିବାକର ପଣ୍ଡା ଓ ଅଶୋକ ନାୟକ। ତେଣୁ ଏହି ଦୁଇ ବିଜେପି କର୍ମୀଙ୍କୁ ଗୁରୁତର ଅବସ୍ଥାରେ ବାସୁଦେବପୁର ମେଡିକାଲକୁ ନିଆ ଯାଇଥିଲା। ପରେ ଉଭୟଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ଏଠାରେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।