ପାହାଡ଼ରୁ ଖସି ୨୫ ବର୍ଷୀୟା ଗର୍ଭବତୀ ମାଈ ହାତୀର ମୃତ୍ୟୁ

ବାଲେଶ୍ୱର/ନୀଳଗିରି: ପାହାଡ଼ରୁ ଖସି ୨୫ ବର୍ଷୀୟା ଗର୍ଭବତୀ ମାଈ ହାତୀର ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲା କୁଲଡିହା ଅଭୟାରଣ୍ୟ ଅନ୍ତର୍ଗତ ପଞ୍ଚଲିଙ୍ଗେଶ୍ବର ରେଞ୍ଜ ବାବନ୍ଧ ବିଟର କଦମଶୋଲ ଗ୍ରାମର ଉପରମୁଣ୍ଡ ପାହାଡ଼ରେ ଏହି ଅଘଟଣ ଘଟିଥିବା ଜଣାଯାଇଛି। ହାତୀଟି ୨୫ ବର୍ଷର ବୋଲି ଜଣାପଡ଼ିଛି। ହାତୀଟି ପାହାଡ଼ରୁ ଖସିଛି ସତ, ହେଲେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ବୟାସାଧିକ୍ୟ କାରଣରୁ ମୃତ୍ୟୁ ହୋଇଛି କି ଗର୍ଭ ଯନ୍ତ୍ରଣା ସହି ନପାରି ମୃତ୍ୟୁ ହୋଇଛି, ବିଶେଷଜ୍ଞ ଟିମ ଆସି ଶବ ବ୍ୟବଚ୍ଛେଦ କଲା ପରେ ଜଣାପଡ଼ିବ। ଘଟଣାସ୍ଥଳରେ ଏସିଏଫଓ ଶୋଭେନ ଚାନ୍ଦ, ରେଞ୍ଜର ଅନନ୍ତ ଜେନା, ଫରେଷ୍ଟ ଗାର୍ଡ ମଞ୍ଜୁଲତା ପ୍ରଧାନ, ଶଶିକଳା ସାହୁ ତଥା ଅନ୍ୟ ବନ କର୍ମଚାରୀ ଏବଂ ସବୁଜ ବାହିନୀର ସଦସ୍ୟମାନେ ଉପସ୍ଥିତ ଅଛନ୍ତି।

ସମ୍ବନ୍ଧିତ ଖବର