ସୋର: ବାଲେଶ୍ବର ଜିଲ୍ଲା ସୋର ଉପ କାରଗାରରୁ ଜଣେ ବିଚାରଧୀନ କଏଦୀ ଗତକାଲି ସନ୍ଧ୍ୟା ୫:୩୦ରୁ ଫେରାର ହୋଇଯାଇଛି। କଏଦୀ ଜଣଙ୍କ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ବିଦେଇପୁର ଗ୍ରାମର ସତ୍ୟଜିତ ମଳିକ (୨୦)। ସେ ଗତ ୧୮ ତାରିଖରେ ଭଦ୍ରକ କାରାଗାରରୁ ସୋର ଉପ କାରଗାରକୁ ଆସିଥିଲେ। ସେ ଏକ ଚୋରି ଅଭିଯୋଗରେ ବିଚାରଧୀନ କଏଦୀ ଭାବେ ଥିଲେ।
ଗତକାଲି ସନ୍ଧ୍ୟାରେ ଖାଦ୍ୟ ଦିଆଯାଉଥିବା ସମୟରେ ସେ ପାଚେରୀ ଡେଇଁ ଫେରାର ହୋଇଯାଇଥିଲେ। ସନ୍ଧ୍ୟାରେ କଏଦୀମାନଙ୍କ ଉପସ୍ଥାନ ନିଆଯିବା ସମୟରେ କର୍ମଚାରୀମାନେ ଜାଣିପାରି ସତ୍ୟଜିତ ମଳିକ ନଥିବା ଜେଲରଙ୍କୁ ଜଣାଇଥିଲେ। ଖୋଜାଖୋଜି କରିବାପରେ ଜେଲର ଗତକାଲି ରାତିରେ ସୋର ଥାନାରେ ଏକ ଅଭିଯୋଗ କରିଥିଲେ। ସୋର ପୁଲିସ ଅଭିଯୋଗ ଆଧାରରେ ତଦନ୍ତ କରୁଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/0016fffc-0910-4fa1-8f31-d660c0a47e6c.jpg)