ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ହେଉଛି। ନୀଳଗିରି ବ୍ଲକର ଗୋପିନାଥପୁରଠାରେ ନୂତନ କରି ନିର୍ମାଣ ହେଉଥିବା ଷ୍ଟେସନ ନିକଟରେ ଏବେ ଚୋରା ବେପାରୀଙ୍କ ଆଡ୍ଡା ସ୍ଥଳ ପାଲଟିଛି। ଖୁଲମଖୁଲ୍ଲା ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି। ଏଭଳି ଖବର ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ କାନରେ ପଡ଼ିଥିଲା।

Advertisment

ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଗତକାଲି ରାତିରେ ଫେରିବା ସମୟରେ ହଠାତ ସେହି ଅଞ୍ଚଳକୁ ପଶି ଯାଇଥିଲେ। ମଦ ବେପାରୀ ଓ ପିଉଥିବା ଗାହକମାନେ ଘଟଣାସ୍ଥଳରେ ଛତ୍ରଭଙ୍ଗ ଦେଇଥିଲେ। କିଛି ମଧ୍ୟ ଧରା ପଡ଼ି ଯାଇଥିବା ବେଳେ ତାଙ୍କୁ ସାଂସଦ ଆଉ ଏଭଳି କାର୍ଯ୍ୟ ନକରି ଅନ୍ୟ କାର୍ଯ୍ୟ କରିବାକୁ ତାଗିଦ କରିଥିଲେ। ଆଉ କାନ ଧରି ଉଠବସ୍ ମଧ୍ୟ କରାଇଥିବା ଦେଖିବାକୁ ମିଳିଛି। ପରେ ନୀଳଗିରି ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିବାର ଜଣାପଡ଼ିଛି।