ନୀଳଗିରି: ରାସ୍ତା ପାଇଁ ରାସ୍ତା ରୋକ` ଦିନରୁ ରାତି ହୋଇଥିଲେ ବି ପହଞ୍ଚିଲାନି ପ୍ରଶାସନ। ୧୨ ଘଣ୍ଟା ହେବ ଧାରଣାରେ ଖରା ବର୍ଷା ସହି ରାସ୍ତା ପୁନଃ ନିର୍ମାଣ ଦାବିରେ ବାଲେଶ୍ବର ଜିଲ୍ଲା ନୀଳଗିରି ବଉଳଗଡ଼ିଆ ରାସ୍ତାର ବାଉଁଶବଣିଆ ଛକରେ ବସିଛନ୍ତି ଧାରଣକାରୀ। ରାସ୍ତା ପୁନଃ ନିର୍ମାଣ ଦାବିରେ ରାସ୍ତାକୁଓହ୍ଲାଇଲେ ନୀଳଗିରି କୃଷକ ସଂଘ ଓ ଅଞ୍ଚଳବାସୀ। ସକାଳେ ଅଧଘଣ୍ଟା ଅଟକିଥିଲେ ତହସିଲଦାର। ଅନୁରୋଧ ପରେ ତହସିଲଦାରଙ୍କୁ ଛାଡିଲେ ଧାରଣାକାରୀ।
ନୀଳଗିରି ଅଖିଳ ଭାରତ କୃଷକ ସଭା ଆଞ୍ଚଳିକ କମିଟି ତରଫରୁ ନୀଳଗିରି ବଉଳଗଡିଆ ରାସ୍ତାର ନବୀକରଣ ଦାବିରେ ବାଉଁଶବଣିଆ ଛକରେ ରାସ୍ତା ଅବରୋଦ୍ଧ ହୋଇଥିଲା। ରାସ୍ତାରୋକ ସକାଳ ୯ ଟାରୁ ଆରମ୍ଭ ହୋଇଥିବା ବେଳେ ଏଯାବତ ଧାରଣା ଜାରି ରହିଛି। ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ଅଟକି ରହିଛି।
ବିଭାଗୀୟ ଅଧିକାରୀମାନେ ମୌଖିକ ପ୍ରତିଶ୍ରୁତି ଦେଇ ଠକୁଥିବାରୁ ପୁନଃ ଧାରଣାରେ ବସିଛନ୍ତି ଆନ୍ଦୋଳନକାରୀମାନେ। ୧୭ କିମି ରାସ୍ତାର ନବୀକରଣ ପାଇଁ ୧୫ ଥର ବିକ୍ଷୋଭ ଓ ଧାରଣାରେ ବସିଲେଣି ଅଞ୍ଚଳବାସୀ।
ସୂଚନା ମୁତାବକ ନୀଳଗିରି ଠାରୁ ବଉଳଗଡ଼ିଆ ଦୀର୍ଘ ୧୭ କିମି ରାସ୍ତାର ଉନ୍ନତିକରଣ ନିମନ୍ତେ ୨୦୨୩ ମସିହାରେ ଏପ୍ରିଲ ମାସ ୧୪ ତାରିଖରେ ୩୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। ହେଲେ ବନବିଭାଗର କଟକଣା ପାଇଁ ରାସ୍ତା କାର୍ଯ୍ଯ ଅଟକି ରହିଛି।ଯେ ପର୍ଯ୍ଯନ୍ତ ରାସ୍ତା ପୁନଃ ନିର୍ମାଣ ପାଇଁ କୌଣସି ସ୍ଥାୟୀ ପ୍ରତିକାର ହୋଇନାହିଁ ସେ ପର୍ଯ୍ଯନ୍ତ ଧାରଣାରୁ ଉଠିବେନି ବୋଲି କହିଛନ୍ତି ଧାରଣକାରୀ।
Balasore
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/18/nilagiri-2025-09-18-22-17-35.jpg)