୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ୨ ଅଟକ

ବାହାନଗା : ଏକ କାର୍‌ରୁ ବିପୁଳ ପରିମାଣରେ ଗଂଜେଇ ଜବତ ହୋଇଥିବା ବେଳେ ଦୁଇଜଣ ଅଟକ ଥିବା ଜଣାପଡ଼ିଛି। ଆଜି ଅପରାହ୍ନରେ ଓଆର୍‌- ୦୨-ବିଏକ୍ସ-୪୭୪୮ ନମ୍ବରର ଇନୋଭା କାର୍‌ ଗେଟ୍‌ ନିକଟରେ ଟୋଲ୍‌ ଦେବା ପାଇଁ ଅଟକି ଥିଲା। ତେବେ ପୁଲିସ ଟିମ୍‌ ଇନୋଭାକୁ ସଂଦେହରେ ଘେରିଯାଇ ଯାଞ୍ଚ କରିଥିଲା। ଏତିକିବେଳେ କାର୍‌ରେ ବିପୁଳ ପରିମାଣରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଫଳରେ ପୁଲିସ ଡ୍ରାଇଭର ଖନ୍ତାପଡ଼ା ଥାନା ଅଧୀନ ପଞ୍ଚାଗଡ଼ର ହରିଶ ନାୟକଙ୍କ ପୁଅ ମୁକ୍ତିକାନ୍ତ (୩୫) ଏବଂ କାର୍‌ରେ ଥିବା ବାଲେଶ୍ୱର ଟାଉନ୍‌ ଥାନା ଅଧୀନ ଗଡ଼ଗଡ଼ିଆ ଅଞ୍ଚଳର ଅଫଜଲ ଅଲ୍ଲୀଙ୍କ ପୁଅ ରେହେମଦ (୨୨)କୁ କାବୁ କରିବା ସହ ଗଞ୍ଜେଇ ସହ କାର୍‌କୁ ଜବତ କରିଥିଲା।

ସମ୍ବନ୍ଧିତ ଖବର