ଏସ୍‌ସିବି ଡାକ୍ତର ରବୀନ୍ଦ୍ର ଜେନା ବାଲେଶ୍ୱରରୁ ଗିରଫ

କଟକ/ବାଲେଶ୍ୱର: ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ହେମାଟୋଲୋଜି ପ୍ରଫେସର ଡାକ୍ତର ରବୀନ୍ଦ୍ର କୁମାର ଜେନା ବୁଧବାର ବାଲେଶ୍ୱରରୁ ଗିରଫ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଡାକ୍ତର ଜେନାଙ୍କୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚାଢ଼ାଉ କରି ବୁଧବାର ସନ୍ଧ୍ୟାରେ ଗିରଫ କରାଯାଇଛି। ଗିରଫ ବେଳେ ଡାକ୍ତର ରବୀନ୍ଦ୍ର ଜେନା ଏକ ଇନୋଭାରେ ଓଡ଼ିଶାରୁ ପଶ୍ଚିମ ଆଡ଼କୁ ଯାଉଥିଲେ। ଗିରଫ ପରେ ଡାକ୍ତର ଜେନାଙ୍କୁ ଗୁରୁବାର ଭିଜଲାନ୍ସ ନିର୍ଦ୍ଦେଶାଳୟକୁ ପଚରାଉଚରା ପାଇଁ ଅଣାଯାଇଥିଲା। ପରେ ପୁଣି ତାଙ୍କୁ ସେଠାରୁ ତାଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ନିଆଯାଇଥିଲା।

ସମ୍ବନ୍ଧିତ ଖବର