ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବଡ଼ଦାଣ୍ଡ ଗୁଣ୍ଡିଚା ମନ୍ଦିର ନିକଟରେ ଗୁରୁବାର ପିକ୍‌ଅପ୍‌(ଓଆର ୦୧କେ ୦୭୩୬) ଓ ସ୍କୁଟି(ଓଡ଼ି ୦୧ଇ ୯୨୪୯) ମଧ୍ୟରେ ଧକ୍କା ହେବାରୁ ଜଣେ ମହିଳା କନଷ୍ଟେବଲ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାର ଶିକାର ହୋଇଥିବା ଅବକାରୀ ବିଭାଗର କନଷ୍ଟେବଲ ମିନତୀ ପରିଡ଼ାଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ହସ୍ପିଟାଲରେ ଡ୍ରେସର ଅନୁପସ୍ଥିତ ଥିଲେ।

Advertisment

କନଷ୍ଟେବଲଙ୍କ ନିକଟତର ଲୋକମାନେ ଯଥାଶୀଘ୍ର ଚିକିତ୍ସା ବ୍ୟବସ୍ଥା କରିବାକୁ ଡାକ୍ତର ରାମକୃଷ୍ଣ ସାହୁଙ୍କୁ ଅନୁରୋଧ କରିବାରୁ ଡେସରଙ୍କୁ ଫୋନ୍‌ କରାଯାଇଥିଲା। ସେହି ସମୟରେ ଡ୍ରେସର ଡ୍ୟୁଟିରେ ଥାଇ ମଧ୍ୟ ଦେଢ଼ କିଲୋମିଟର ଦୂରରେ ଥିବା ନିଜ ଘରକୁ ଯାଇଥିଲେ। ପ୍ରାୟ ୪୫ ମିନିଟ ପର୍ଯ୍ୟନ୍ତ ସେ ହସ୍ପିଟାଲକୁ ନଫେରିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏ ବାବଦରେ ନୀଳଗିରି ଉପମୁଖ୍ୟ ଚିକିତ୍ସାଧିକାରୀ ଅଜୟ କୃଷ୍ଣ ସାମଲଙ୍କୁ ପଚରାଯିବାରୁ ସେ କହିଛନ୍ତି, ଆସନ୍ତାକାଲି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।