ଜଳେଶ୍ଵର: ଗତକାଲି ସନ୍ଧ୍ୟାରେ ଜଳେଶ୍ୱର ରେଳ ଷ୍ଟେସନ ଠାରୁ ଅନତି ଦୂର ଅପ ଲାଇନରେ ଖଡଗପୁର-ଯାଜପୁର ଲୋକାଲ ଟ୍ରେନ ଆଗକୁ ଡେଇଁ ଶାଳୀ ଓ ଭିଣେଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ପ୍ରେମ ସମ୍ପର୍କ ବୋଲି କୁହାଯାଇଛି। ଭିଣେଇ ଜଣକ ରାଜପୁର ଗାଁର ଓ ତାଙ୍କ ବୟସ ୩୫ ହୋଇଥିବା ବେଳେ ଶାଳୀ ଜଣକ ବାଲିଆପାଳ ଥାନା ଅଞ୍ଚଳର ଏବଂ ତାଙ୍କ ବୟସ ୧୮ ବର୍ଷ ବୋଲି କୁହାଯାଇଛି। ଭିଣେଇ ଓ ଶାଳୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବାବେଳେ ଶାଳୀ ଜଣକ ଏବେ ୬ ମାସର ଗର୍ଭବତୀ ଥିଲେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।
ହାତ ଧରାଧରି ହୋଇ ଟ୍ରେନ ଆଗକୁ ଡେଇଁ ପଡ଼ିଥିଲେ
ଏହି ଅନ୍ତସତ୍ବା ଖବରକୁ ଉଭୟ ଶଶୁର ଓ ଜ୍ବାଇଁଙ୍କ ଉଭୟ ପରିବାର ମଧ୍ୟରେ ଗତ କିଛି ଦିନ ଧରି ପାରିବାରିକ ଅଶାନ୍ତି ଉଗ୍ର ରୂପ ନେଇଥିଲା।ଗତକାଲି ସନ୍ଧ୍ୟା ୭ ଟା ୨୦ ମିନିଟ ସମୟରେ ୧୮୦୩୭ ନମ୍ବରର ଖଡ଼ଗପୁର-ଯାଜପୁର ଲୋକାଲ ଟ୍ରେନ ଜଳେଶ୍ଵର ଷ୍ଟେସନ ଅତିକ୍ରମ କରି ରାଜପୁର ଗାଁ ନିକଟରେ ଅପ୍ ଲାଇନରେ ଯାଉଥିବା ବେଳେ ଉଭୟ ଶାଳୀ ଭିଣେଇ ହାତ ଧରାଧରି ହୋଇ ଟ୍ରେନ ଆଗକୁ ଡେଇଁ ପଡ଼ିଥିଲେ।
ତେବେ ଟ୍ରେନର ଡ୍ରାଇଭର ଏନେଇ ରେଳ ବିଭାଗକୁ ମେମୋ ଦେବା ପରେ ଜଳେଶ୍ଵର ରେଳବାଇ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଶାଳୀଙ୍କର ମୁଣ୍ଡରେ ସିନ୍ଦୂର ଲାଗିଛି। ଏନେଇ ରେଳବାଇ ପୁଲିସ ୧୬ ଓ ୧୭ ନମ୍ବରର ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/03/10/untitledjpg-2026-03-10-13-58-05.jpeg)