ବାଲେଶ୍ୱର: ଭାଇ ମାଡ଼ରେ ଭଉଣୀ ଗୁରୁତର

ସୋର: ପାରିବାରିକ କଳହକୁ କେନ୍ଦ୍ରକରି ଭାଇ ମାଡ଼ରେ ଭଉଣୀ ଗୁରୁତର ହୋଇଛନ୍ତି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାର ସୋର  ଥାନା ଅଧୀନ ମଧୁସୂଦନପୁର ଗ୍ରାମ‌େର। ସୂଚନା ଅନୁସାରେ, ଏହି ଗ୍ରାମର ସାଧୁରାମ ବେହେରାଙ୍କ ଝିଅ ସୁମିତ୍ରା(୩୩) ଗତ କିଛି ବର୍ଷ ଧରି କୌଣସି କାରଣରୁ ଶଶୁର ଘର ଛାଡି ବାପ ଘରେ ରହୁଥିଲେ। ଭାଇ କୈଳାସଙ୍କ  ସହ ତାଙ୍କର ଗୁରୁବାର ଅପରାହ୍ନରେ ଝଗଡ଼ା ହେବାରୁ ସେ ଉତ୍‌କ୍ଷିପ୍ତ ହୋଇ ସୁମିତ୍ରାକୁ ପ୍ରବଳ ମାରପିଟ୍ କରି ରକ୍ତାକ୍ତ କରିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ସୋର ଡାକ୍ତରଖାନାକୁ ଅାଣିବା ପରେ ଏବେ ସେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଏ ନେଇ ଥାନାରେ ଅଭିଯୋଗ ହୋଇନାହିଁ।
ସମ୍ବନ୍ଧିତ ଖବର