କୁଣ୍ତିଆଣ ଭଲ କରିବା କାଳ ହେଲା:କୋଚିଳା ଛାଲି ପାଣି ପିଇ ଜଣେ ମୃତ

ଶିଶୁ ସମେତ ଦୁଇ ଗୁରୁତର

ବାସୁଦେବପୁର : କୁଣ୍ତିଆଣକୁ ଭଲ କରିବାକୁ ଯାଇ ଗୋଟିଏ ପରିବାର ଆଜି ଖିନଭିନ୍‌ ହୋଇଯାଇଛି। କୋଚିଳା ଗଛର ଛାଲିର ସିଝା ପାଣି ପିଇ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳ‌େର ସାନଭାର ଜୀବନ ଯାଇଥିବା ବେଳେ ବଡଭାଇ ସମେତ ଜଣେ ଶିଶୁର ଅବସ୍ଥା ସ˚କଟାପନ୍ନ ହୋଇଛି। ଏହି ଦୁଃଖଦ ଘଟଣା ସାରା ବାସୁଦେବପୁରକୁ ସ୍ତବ୍ଧ କରିଛି। ବିଜ୍ଞାନ ଯେତେ ଆଗେଇଥିଲେ ବି ଆଜି ଅନ୍ଧବିଶ୍ବାସ ଲୋକଙ୍କ ପିଛା ଛାଡିନି। ଏ ଘଟଣା କେଉଁ ଉପାନ୍ତ ଅଞ୍ଚଳର ନୁହଁ, ଭଦ୍ରକ ଜିଲ୍ଲା ବାସୁଦବେପୁର ଥାନାସ୍ଥିତ ବିନାୟକପୁର ଗ୍ରାମରେ ଘଟିଯାଇଛି।
କିଛିଦିନ ଧରି ବିନାୟକପୁର ଗ୍ରାମର ଉଗ୍ରସେନ ମଳିକଙ୍କ ପରିବାରର ଅଧିକା˚ଶ ସଦସ୍ୟ ଚର୍ମ ରୋଗରେ ପୀଡିତ ଥିଲେ। ଏହି ଚର୍ମରୋଗରୁ ମୁକୁଳିବା ପାଇଁ ଗାଁରେ କେଉଁ ଗୁରୁଜନଙ୍କ ପରାମର୍ଶ ନେଇଥିଲେ। ଗତକାଲି ରାତିରେ କୋଚିଳା ଗଛର ଛାଲିକୁ ଆଣି ସିଝାଇଥିଲେ। ଏହି ଛାଲିର ରସକୁ ଆଜି ସକାଳେ ଉଗ୍ରସେନଙ୍କ ପୁଅ ଯତୀନ ମଳିକ(୨୨)ଙ୍କ ସମେତ ବଡପୁଅ ଅଗସ୍ତି ମଳିକ(୨୬) ଓ ୪ବର୍ଷର ନାତି ମହେଶ୍ବର ପିଇଥିଲେ। ଏହି ରସକୁ ପିଇବା ପରେ ମୁଣ୍ତ ବୁଲାଇବା ସହ ଅଚେତ ହୋଇ ଯାଇଥିଲେ। ଗୁରୁତର ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନାକୁ ଆଣିଥିଲେ ବି ଯତୀନର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେବା ସହ ଅଗସ୍ତିଙ୍କ ଅବସ୍ଥା ସ˚କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ପ୍ରଥମେ ଭଦ୍ରକ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ନାତି ମହେଶ୍ବର ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଖବର ଲେଖା ହେବା ବେଳକୁ ଅଗସ୍ତିିଙ୍କ ଅବସ୍ଥା ଗୁରୁତର ଥିବା ସମ୍ପର୍କୀୟଙ୍କ ଠାରୁ ସୂଚନା ମିଳିଛି। ହେଲେ ଏହି ରସକୁ ଅନ୍ୟମାନେ ପିଇବାକୁ ଥିବା ସ୍ଥଳେ ମାତ୍ରାଧିକ ପିତା ପାଇଁ ଢୋକେ ଢୋକେ ପିଇ ବାନ୍ତିି କରି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଘଟଣାକୁ ନେଇ ପରିବାର ସମେତ ଗାଁରେ ହାହାକାର ପରିସ୍ଥିତି ଦେଖା ଦେଇଛି।

ସମ୍ବନ୍ଧିତ ଖବର