ବିଚାରାଧୀନ ମହିଳା କଏଦୀ ସାପ କାମୁଡ଼ାରେ ଗୁରୁତର: ସୋର ମେଡିକାଲରେ ଭର୍ତ୍ତି

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ସବ୍ ଜେଲରେ ପୁଣି ଏକ ଅଘଟଣ ନଜରକୁ ଆସିଛି। ଜଣେ ବିଚାରାଧୀନ ମହିଳା କଏଦୀ ସାପ କାମୁଡ଼ାରେ ଗୁରୁତର ହୋଇ ସୋର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି।
କିଛିଦିନ ପୂର୍ବରୁ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ହୋଇଥିବା ଖବର ଏ ଅଞ୍ଚଳରେ ଏକ ଉଦବେଗର କାରଣ ହୋଇଥିଲା ବେଳେ,ଏହି ଘଟଣାର ଦୁଇମାସ ନ ପୁରୁଣୁ ଜଣେ ମହିଳା କଏଦୀଙ୍କୁ ସାପ କାମୁଡ଼ିବା ଭଳି ଏକ ଅଘଟଣ ସାମ୍ନାକୁ ଆସିଛି। ଏହା ନିଶ୍ଚିତରୂପେ ସୋର ଜେଲ ପରିସରର ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଏ ସମ୍ପର୍କରେ ଜେଲ ଉଚ୍ଚ କର୍ତ୍ତୃପକ୍ଷ ତଦନ୍ତ କରି ଏଭଳି ଅବ୍ୟବସ୍ଥା ପାଇଁ ଦାୟୀ ଅଧିକାରୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ମତ ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର