ସୋର: ସ୍କୁଟି ଯୋଗେ ଘରକୁ ଫେରୁଥିବା ବେଳେ ଚଳନ୍ତା ସ୍କୁଟିରୁ ଏକ ସାପ ବହାରିଛି। ବାଲେଶ୍ବର ଜିଲ୍ଲା ସୋର ପୌରାଞ୍ଚଳ କୋର୍ଟ ଛକ ନିକଟ ଜ୍ୟୋତିର୍ମୟ ନାୟକ ଆଜି ସନ୍ଧ୍ୟାରେ ତାଙ୍କ ସାଙ୍ଗଙ୍କ ସହ ନିଜ ସ୍କୁଟିରେ ବଜାରରୁ ଘରକୁ ଫେରୁଥିଲେ।
ଏହି ସମୟରେ ସୋର ଉଡ଼ନ୍ତା ପୋଲ ଉପରେ ଚଳନ୍ତା ସ୍କୁଟିରୁ ଏକ ସାପ ହଠାତ ବାହାରିଥିଲା। ଫଳରେ ଜ୍ୟୋତିର୍ମୟ ଭୟଭୀତ ହୋଇ କୌଣସି ପ୍ରକାରରେ ଗାଡ଼ିକୁ ଛିଡ଼ା କରିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସାପଟିକୁ ଗାଡ଼ିରୁ ବାହାର କରିଥିଲେ। ପରେ ସେ ସୋର ଡାକ୍ତରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ଜଣାପଡ଼ିଛି। ଏହି ସମୟରେ ଶତାଧିକ ଲୋକଙ୍କ ଭିଡ଼ ଜମିଥିଲା।
Balasore
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/21/soro-2025-09-21-20-57-02.jpg)