ବାଲେଶ୍ବର : ବାଲେଶ୍ବର ସହରର ସହଦେବଖୁଣ୍ଟା ମଡେଲ ଥାନା ଅଧୀନ ବାଲିଆ ଅଞ୍ଚଳରେ ପୁଅର ମାଡ଼ରେ ବାପାର ଜୀବନ ଚାଲିଯାଇଥିବା ଜଣାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ବାଲିଆ ଗ୍ରାମର ଅଟୋ ଚଳାଉଥିବା ଭରତ ଦାସଙ୍କ ପୁଅ ଦେବଜ୍ୟୋତି ମଙ୍ଗଳବାର ସନ୍ଧ୍ୟାରେ ଘରକୁ ଫେରିଥିଲେ। ଘରେ ପହଞ୍ଚିବା ପରେ କୌଣସି କାରଣରୁ ବାପା-ମାଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଦେବଜ୍ୟୋତି ବାପାଙ୍କୁ ପଥରରେ ଆକ୍ରମଣ କରିବା ସହ ମା’ ଅନିତା ଦାସଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ବାପା ଭରତ ଦାସଙ୍କ ମୃତ୍ୟୁ ହୋଇଛି ଏବଂ ମା’ ଅନିତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ବଡ଼ ଡାକ୍ତରଖାନା ନିଆଯାଇ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଅଭିଯୁକ୍ତ ଦେବଜ୍ୟୋତିଙ୍କୁ ଅଟକ ରଖିଥିବା ଜଣାପଡ଼ିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/Two-dead-two-injured-in-bee-attack-in-Kalahandi-district-1024x632-1.jpg)