ବାଲେଶ୍ୱର: ପୁଅକୁ ଛାତିର ଅମୃତ ପିଆଇ ବଡ଼ କରିଥିଲା। ନିଜେ ଉପାସ ରହି ପେଟ ଭରିଥିଲା। ସବୁ ଅଝଟ ସହିଥିଲା। ସେ କ’ଣ ଭାବିଥିଲା, ତା’ରି ହାତରେ ଦିନେ ଜୀବନ ଯିବ ବୋଲି! ହେଲେ ସେମିତି ହିଁ ଘଟିଛି।
ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ସିଙ୍ଗାଖୁଣ୍ଟା ଗୁଜୁଡ଼ିହା ଗାଁ’ର ଘଟଣା। ସତ୍ୟଭାମା ବେହେରା (୬୦) ଏବଂ ତାଙ୍କ ପୁଅ ରତିକାନ୍ତ ବେହେରା (୨୮) ଆଜି ସକାଳେ ଘରେ ଥିଲେ। ତେବେ କୌଣସି କଥାକୁ ନେଇ ସତ୍ୟଭାମା ଓ ରତିକାନ୍ତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏତିକିବେଳେ ରତିକାନ୍ତ ମାଆ ସତ୍ୟଭାମାଙ୍କ ମୁଣ୍ଡକୁ ଏକ ଠେଙ୍ଗା ସାହାଯ୍ୟରେ ପିଟି ଦେଇଥିଲା। ଫଳରେ ସତ୍ୟଭାମାଙ୍କ ମୃତ୍ୟୁ ହୋଇଯାଇଛି। ଖବର ପାଇ ସୋର ପୁଲିସ ଶବ ଜବତ କରିବା ସହ ଅଭିଯୁକ୍ତ ରତିକାନ୍ତକୁ ଥାନାରେ ଅଟକ ରଖିଛି। ତେବେ କୁହାଯାଉଛି କି ରତିକାନ୍ତର ମାନସିକ ସ୍ଥିତି ଭଲ ରହୁ ନ ଥିବାରୁ ଭାରସାମ୍ୟ ହରାଇ ସେ ଏପରି କାଣ୍ଡ ଭିଆଇଛି।
ସୋରରେ ଅଭାବନୀୟ ଘଟଣା: ପୁଅର ଠେଙ୍ଗା ମାଡ଼ରେ ମାଆ ମୃତ
/sambad/media/post_attachments/wp-content/uploads/2020/02/soro-police.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)