ବାଲେଶ୍ୱର : ବାଲେଶ୍ୱର ବ୍ୟାଡମିଣ୍ଟନ ଆସୋସିଏସନ୍ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ବାଲେଶ୍ୱର ଇତିହାସରେ ରାଜ୍ୟସ୍ତରୀୟ ବେଡମିଣ୍ଟନ ଜୁନିଅର-୧୯ ପ୍ରତିଯୋଗିତାର ଶନିବାର ଦିନ ତୃତୀୟ ଦିବସରେ ସେମିଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ସେମିଫାଇନାଲରେ ବାଳକ (ସିଙ୍ଗଲ) ବିଭାଗରେ ସମ୍ବଲପୁରର ତସିଫ୍ ଖାନ୍ ବାଲେଶ୍ୱରର ମୟଙ୍କ ଭରଦ୍ୱାଜ୍ଙ୍କୁ ୨୧-୧୧, ୨୧-୧୧ ସେଟ୍ରେ ପରାସ୍ତ କରି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦ୍ବିତୀୟ ସେମିଫାଇନାଲରେ ଅନୁଗୋଳର ଆୟୁଷ ଦାସ ମୟୂରଭଞ୍ଜର ଆୟୁଷ ପଟ୍ଟନାୟକଙ୍କୁ ୧୭-୨୧, ୨୧-୧୬ ଏବଂ ୨୧-୧୪ ସେଟ୍ରେ ପରାସ୍ତ କରି ଦ୍ବିତୀୟ ଦଳ ଭାବେ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତ।
ସେମିତି ବାଳିକା(ସିଙ୍ଗଲ)ରେ ଭୁବନେଶ୍ୱରର ହର୍ଷିତା ରାଉତ ରାୟଗଡ଼ାର ସ୍ୱିଟିପ୍ରିୟା ପ୍ରଧାନଙ୍କୁ ୨୧-୭, ୨୧-୭ସେଟ୍ରେ ପରାସ୍ତ କରି ଫାଇନାଲକୁ ପ୍ରଥମ ଦଳ ଭାବେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦ୍ବିତୀୟ ସେମିଫାଇନାଲ ଖେଳ ଭୁବନେଶ୍ୱରର ତନ୍ଭି ପତ୍ରି ସୁନ୍ଦରଗଡ଼ର ଗୀତାଶ୍ରୀ ଦେଙ୍କୁ ୨୧-୧୭ ୨୧-୧୫ସେଟ୍ରେ ପରାସ୍ତ କରି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଳକ ଅଣ୍ଡର-୧୯(ଡବଲ)ରେ ଅନୁଗୋଳର ଆୟୁଷ ଦାସ ଓ ଆୟୁଷ ପଟ୍ଟନାୟକ ଯୋଡ଼ି ସୁନ୍ଦରଗଡ଼ର ଅବ୍ଦୁଲ ସଲିମ୍ ଖାନ୍ ଓ କେନ୍ଦୁଝରର ପ୍ରଦେଶ କୁମାରଙ୍କୁ ୨୧-୧୧, ୨୧-୭ ସେଟ୍ରେ ପରାସ୍ତ କରି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି।
ସେହିପରି ଦ୍ବିତୀୟ ସେମିଫାଇନାଲ ବାଲେଶ୍ବରର ଅମୟ କୁମାର ନାୟକ ଓ ଆରିୟା ମାଝି ଯୋଡ଼ି କେନ୍ଦୁଝରର ଅନୁଲ ହସନ୍ ଓ ସୁନ୍ଦରଗଡ଼ର ସ୍ବରାଜ ଓରାମ୍ଙ୍କୁ ୨୧-୧୨, ୨୧-୧୫ ସେଟ୍ରେ ପରାସ୍ତ କରି ଦ୍ବିତୀୟ ଦଳ ଭାବେ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ରବିବାର ଦିନ ଫାଇନାଲ ଖେଳ ସକାଳ ୧୦ଟାରୁ ଆରମ୍ଭ ହୋଇ ୧୨ଟାରେ ଉଦ୍ଯାପନ ହେବ। ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସିଥିବା ଅମ୍ପାୟାରମାନେ ଖେଳ ପରିଚାଳନା କରିଥିଲେ। ଆଜିର ଖେଳକୁ ଆସୋସିଏସ୍ନ୍ର ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/c17ed562-458d-4e86-9335-679d930ce061.jpg)