ବାଲେଶ୍ୱର: ବାଲେଶ୍ୱର ସହର ଉପକଣ୍ଠ ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ଏକ ଘରୋଇ ଆବାସିକ କଲେଜରେ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଛି। ସେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ୁଥିବା ଗତ ବିଳମ୍ବିତ ରାତିରେ କଲେଜ କ୍ୟାମ୍ପସରେ ଥିବା ଛାତ୍ରୀନିବାସରେ ଏପରି ଅଘଟଣ ଘଟିଛି।
ମୃତ ଛାତ୍ରୀଜଣଙ୍କ ହେଲେ ସମୀକ୍ଷା ମହାନ୍ତି(୧୭)। ସେ ନୀଳଗିରି ଥାନା ସନ୍ତରାଗଡ଼ିଆ ଅଞ୍ଚଳର ବାଙ୍କବିହାରୀ ମହାନ୍ତିଙ୍କ ଝିଅ। ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ହଷ୍ଟେଲ ପରିଚାଳକ ଏବଂ କଲେଜ କର୍ତ୍ତୃପକ୍ଷ ଉପସ୍ଥିତ ଥିବା ବେଳେ ଛାତ୍ରୀଙ୍କ ପରିବାର ଲୋକ ପହଞ୍ଚି ମୃତ୍ୟୁର କାରଣ ଜାଣିବାକୁ ଦାବି କରିଛନ୍ତି। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/Ev76U_XVEAIKsa0.jpg)