ନୀଳଗିରି: ପୁନର୍ବାର ବିଦ୍ୟାଳୟର ଶିକ୍ଷକ ହରେନ୍ଦ୍ର କୁମାର ରାଉତଙ୍କୁ ଫେରାଇ ଆଣିବା ଦାବିରେ ଜିଲ୍ଲା ଶିକ୍ଷାଧିକାରୀ ଏବଂ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ପରେ ବି ଦାବିପୂରଣ ହୋଇନି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସହିତ ଆଲୋଚନା କରିଛନ୍ତି ବ୍ଲକ୍ ଶିକ୍ଷାଧିକାରୀ।

Advertisment

ସୂଚନା ଯୋଗ୍ୟ, ୨୦୧୬ ମସିହା ଜୁଲାଇ ୨୨ତାରିଖ ଠାରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ପତ୍ର ମୂଳେ ଉକ୍ତ ବିଦ୍ୟାଳୟର କଳା ଶିକ୍ଷକ ହରେନ୍ଦ୍ର କୁମାର ରାଉତଙ୍କୁ ଡେପୁଟେସନରେ ନେଇ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ମଧ୍ୟାହ୍ନ ଭୋଜନ ବିଭାଗରେ ଅବସ୍ଥାପିତ କରାଯାଇଛି। କିନ୍ତୁ ସେବେଠାରୁ ବିଦ୍ୟାଳୟରେ ପିଲାଙ୍କୁ ପାଠ ପଢ଼ିବାରେ ଅସୁବିଧା ହେଉଥିବା ନେଇ ବହୁବାର ଅଭିଯୋଗ ହୋଇଛି। ଏହାକୁ କେନ୍ଦ୍ର କରି ଆଜି ବିଦ୍ୟାଳୟ ଗେଟ ସମ୍ମୁଖରେ ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି। ୧୦ ଦିନ ଭିତରେ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କୁ ନିୟୋଜିତ କରାଯିବ ବୋଲି ବ୍ଲକ୍ ଶିକ୍ଷାଧିକାରୀ ପ୍ରତିଶ୍ରୁତି ଦେବାପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଉଠିଛନ୍ତି।