ଭୁବନେଶ୍ବର/ ବାଲେଶ୍ବର/ନୀଳଗିରି: ଗତକାଲି ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନୀଳଗିରି ବିଧାୟକ ସୁକାନ୍ତ ନାୟକ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ଆଜି ସେ ଶଙ୍ଖଭବନକୁ ଆସି ବିଜେଡିରେ ମିଶିଛନ୍ତି। ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ମନ୍ତ୍ରୀ ପ୍ରତାପ ଦେବଙ୍କ ଉପସ୍ଥିତିରେ ସୁକାନ୍ତ ତାଙ୍କ ସମର୍ଥକଙ୍କ ସହିତ ବିଜେଡିରେ ସାମିଲ ହୋଇଛନ୍ତି। ଏହା ସହିତ ବିଧାୟକ ସୁକାନ୍ତ ନାୟକଙ୍କର ଘରବାହୁଡ଼ା ହୋଇଛି।
୨୦୧୪ରେ ବିଜେଡି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିବା ସୁକାନ୍ତ ୨୦୧୯ରେ ଦଳରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ ଏବଂ ସେହିଦଳରୁ ଟିକେଟ ପାଇ ପୁନର୍ବାର ନିର୍ବାଚିତ ହୋଇଥିଲେ। ଏଥର ନୀଳଗିରି ଆସନରୁ ତାଙ୍କର ପ୍ରାର୍ଥିତ୍ବ ନେଇ କୌଣସି ଦ୍ବନ୍ଦ୍ବ ବି ନଥିଲା। ତେବେ, କିଛିଦିନ ଧରି ସେ ବିଜେପି ପରିତ୍ୟାଗ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଆଜି ସେହି ଚର୍ଚ୍ଚା ବାସ୍ତବ ରୂପ ନେଇଥିବା ବେଳେ ସେ ଦିନେ କିମ୍ବା ଦୁଇଦିନ ଭିତରେ ବିଜେଡିରେ ସାମିଲ ହେବେ ବୋଲି କୁହାଯାଉଛି। ଏପରିକି, ବିଜେଡିକୁ ଫେରିଲେ ପୁଣି ଥରେ ତାଙ୍କୁ ନୀଳଗିରିରୁ ପ୍ରାର୍ଥୀ କରାଯିବ ବୋଲି ଉପର ମହଲରୁ ତାଙ୍କୁ ପ୍ରତିଶ୍ରୁତି ମିଳିଥିବା ନେଇ ବି ଚର୍ଚ୍ଚା ହେଉଛି। ତେବେ ଏ ସଂପର୍କରେ ଶ୍ରୀ ନାୟକ ସାମ୍ବାଦିକ ସମ୍ମିଳନୀରେ ଗତକାଲି କୌଣସି ପ୍ରତିକ୍ରିୟା ନରଖି ଖୁବ୍ଶୀଘ୍ର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଜଣାଇବେ ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/cf788ca5-19c1-411c-9a57-cbdf8565f4d0.jpeg)