ବାଲେଶ୍ବର: ମହିଳାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ତେବେ  କାରଣ ଅସ୍ପଷ୍ଟ ରହିଛି। ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଗରସଙ୍ଗ ପଞ୍ଚାୟତର ସେଠୀ ସାହି ଗ୍ରାମରେ  ଏଭଳି ଅଭାବନୀୟ ଘଟଣା ଘଟିଛି। ସେଠାରେ ପଦନ ସେଠୀଙ୍କର ସ୍ତ୍ରୀ ଗୌରୀ ସେଠୀ ତାଙ୍କ ନିଜ ଘରେ ଲୁଗା ଦେଇ ଆତ୍ମହତ୍ୟା କରିଛନ୍ତି।

Advertisment

ସକାଳେ ଗ୍ରାମବାସୀ ଗୌରୀ କବାଟ ନ ଖୋଲିବାର ଦେଖି କବାଟ ଭାଙ୍ଗିଥିଲେ। ସେମାନେ ଛାତରେ ଗୌରୀଙ୍କର ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ। ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।