ବାଲେଶ୍ବର: ଉତ୍କଳ ଗୌରବ ମଧୁସୂଦନ ଦାସ ସ୍ବାଭିମାନର ପ୍ରତୀକ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ। ସେ ଓଡ଼ିଆ ଅସ୍ମିତାର ପରିଚୟ। ମଧୁବାବୁଙ୍କୁ ତାଙ୍କର କୀର୍ତ୍ତିକୁ ନେଇ ବଞ୍ଚିଛନ୍ତି ଏବଂ ସୂର୍ଯ୍ୟଚନ୍ଦ୍ର ଥିବା ଯାଏ ବଞ୍ଚିଥିବେ ବୋଲି ବାଲେଶ୍ବରସ୍ଥିତ ‘ସମ୍ବାଦ’ ଉତ୍ତର ଓଡ଼ିଶା ସଂସ୍କରଣ କାର୍ଯ୍ୟାଳୟରେ ଆୟୋଜିତ ମଧୁସୂଦନ ଜୟନ୍ତୀ ତଥା ସ୍ବାଭିମାନ ଦିବସ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
/sambad/media/post_attachments/wp-content/uploads/2023/04/ae006cfc-b032-4086-b7f6-9e87b01b3461-1024x462.jpg)
ବାଲେଶ୍ବର ‘ସମ୍ବାଦ-ସାହିତ୍ୟଘର’ର ସଭାପତି ଡ. ହରିଶ୍ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବାଲେଶ୍ବର ଜିଲ୍ଲା ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ତଥା ପୂର୍ବତନ ବିଚାରପତି ଚିନ୍ତାମଣି ପଣ୍ଡା ଏବଂ ମୁଖ୍ୟବକ୍ତା ଭାବେ ବାଲେଶ୍ବର ଫକୀରମୋହନ ସାହିତ୍ୟ ପରିଷଦର ପୂର୍ବତନ ସଭାପତି ଡ. ଶିରୀଶ ଚନ୍ଦ୍ର ଜେନା ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଅତିଥି ଭାବେ ପୂର୍ବତନ ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ତଥା ସମବାୟବିତ୍ ଗିରୀଶ ଚନ୍ଦ୍ର ଦାଶ, ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଲକ୍ଷ୍ମୀକାନ୍ତ ତ୍ରିପାଠୀ ଓ ବିଦ୍ୟାଧର ସାହୁ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହରର ବହୁ ବୁଦ୍ଧିଜୀବୀ, ରାଜନେତା, ଛାତ୍ରଛାତ୍ରୀ, ଯୁବବର୍ଗ ଓ ସାହିତ୍ୟିକ ଉପସ୍ଥିତ ଥିଲେ।
‘ସମ୍ବାଦ’ ଉତ୍ତର ଓଡ଼ିଶା ସଂସ୍କରଣର ମୁଖ୍ୟ ଗୌତମ ଶଙ୍କର ସ୍ବାଇଁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସହ ସଂପାଦକ ରୁଦ୍ରରଂଜନ ଶେଜପଡ଼ା ଅତିଥି ପରିଚୟ ଏବଂ ବାଲେଶ୍ବର ଜିଲ୍ଲା ପ୍ରତିନିଧି ମନୋଜ ରାଉଳ ଧନ୍ୟବାଦ ଦେଇଥିଲେ। ବାଲେଶ୍ବର ‘ସମ୍ବାଦ ସାହିତ୍ୟଘର’ର ଉପସଭାପତି ଅର୍ଚ୍ଚନା ନନ୍ଦୀ ମଧୁବାବୁଙ୍କ ଜୀବନ ପାଠ ଏବଂ ‘ସମ୍ବାଦ ସାହିତ୍ୟଘର’ର ସଦସ୍ୟ କଲ୍ୟାଣୀ ନନ୍ଦୀ ଆବାହନୀ ଓ ଉଦ୍ଯାପନୀ ସଂଗୀତ ପରବେଷଣ କରିଥଲେ। ‘ସମ୍ବାଦ’ର ସମସ୍ତ କର୍ମଚାରୀଙ୍କ ଦ୍ବାରା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/0781c838-e5a6-4046-9531-3d21a86bfba0.jpg)