ବାଲେଶ୍ବର: ସିଂଲା ଥାନା ଅଞ୍ଚଳରେ ଆଜି ଜଣେ ସ୍କୁଲ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ ହୋଇଛି। ଏହି ଖବର ପ୍ରଚାରିତ ହେଲା ପରେ ବିଦ୍ଯାଳୟରେ ଉତ୍ତେଜନା ପରିସ୍ଥିତି ଦେଖାଯାଇଛି। ଗାଁଲୋକମାନେ ଶିକ୍ଷକଙ୍କୁ ଅଟକ ରଖିଛନ୍ତି।
ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଗୁହାଳିପଦା ସରକାରୀ ପ୍ରାଥମିକ ବିଦ୍ଯାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ଏହି ବିଦ୍ଯାଳୟରେ କାର୍ଯ୍ଯରତ ଶିକ୍ଷକ କୃଷ୍ଣଚନ୍ଦ୍ର ମଲ୍ଲିକ ଛାତ୍ରୀମାନଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ କରିଛନ୍ତି ଛାତ୍ରୀ।
ଆହୁରି ପଢ଼ନ୍ତୁ: ଶୈଳବାଳାକୁ ବିଶ୍ବବିଦ୍ୟାଳୟ ଦାବିରେ ତେଜିଲା ଆନ୍ଦୋଳନ: ରାତିସାରା ବାହାରେ ବସିଲେ ଛାତ୍ରୀ, ଧାରଣାରୁ ଉଠିବା ପାଇଁ କଲେଜ କର୍ତ୍ତୃପକ୍ଷଙ୍କ ଚାପ
ଏନେଇ ଛାତ୍ରୀମାନେ ଘରେ ଜଣାଇବା ପରେ ଆଜି ଅଭିଭାବକମାନେ ବିଦ୍ଯାଳୟରେ ପହଞ୍ଚି ଉକ୍ତ ଶିକ୍ଷକଙ୍କୁ ପଚାରିବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ଅଭିଭାବକମାନେ ଉକ୍ତ ଶିକ୍ଷକଙ୍କୁ ଶ୍ରେଣୀ ଗୃହ ଭିତରେ ବନ୍ଦ କରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/27/untitled-13-2026-02-27-18-02-50.jpeg)