ବାଲେଶ୍ୱର: ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ରୋଗୀ ମୃତ୍ୟୁ, ଉତ୍ତେଜନା

ବାଲେଶ୍ୱର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀଙ୍କ ମୃତ୍ୟୁ ନେଇ ଶନିବାର ଅପରାହ୍ନରେ ପ୍ରବଳ ଉତ୍ତେଜନା ଦେଖାଯାଇଛି। ମିଳିଥିବା ସୂଚନା ଅନୁସାରେ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣ ମହାନ୍ତିଙ୍କ ପତ୍ନୀ ସୁନୀତା ମହାନ୍ତି(୪୫) ଆଜି ମଧ୍ୟାହ୍ନ ଭୋଜନ ପରେ ଏକ ପାନ ଖାଇଥିଲେ।

ଏହା ପରେ ତାଙ୍କର ଛାତି ପୀଡ଼ା ହୋଇଥିଲା। ଘଟଣାର କିଛି ସମୟ ପରେ ପରିବାର ଲୋକେ ତାଙ୍କୁ ହସ୍ପିଟାଲକୁ ନେଇଯାଇଥିଲେ। କିନ୍ତୁ ସୁନୀତାଙ୍କୁ ବେଡରେ ଆଡମିଟ୍‌ କରିବା ପୂର୍ବରୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ପରିବାର ଲୋକଙ୍କ ଅଭିଯୋଗ ଯେ, ସୁନୀତାଙ୍କୁ ସେମାନେ ଯେତେବେଳେ ହସ୍ପିଟାଲକୁ ନେଇ ଆସିଥିଲେ, ସେତେବେଳେ ସେ ବଞ୍ଚି ଥିଲେ, କିନ୍ତୁ ଡାକ୍ତର ଆଡମିଟ୍‌ କରି ନଥିଲେ।

ଏହି ଘଟଣା ପରେ ପରିବାର ଓ ସମ୍ପର୍କୀୟ ଲୋକମାନେ ଉତ୍ତେଜନା ସୃଷ୍ଟି କରିଛନ୍ତି। ହସ୍ପିଟାଲ ପରିସରରେ ଉତ୍ତେଜନା ହେବା ପରେ ହସ୍ପିଟାଲ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଛି।

ସମ୍ବନ୍ଧିତ ଖବର