ବେଣୁ ମଉସାଙ୍କ ବିଜୟ କାମନା କରି ମନ୍ଦିରରେ ଦୀପ ଜାଳିଲେ ଅଭିନେତ୍ରୀ ରାନୀ

ବାଲେଶ୍ବର: ବାଲେଶ୍ୱରର ସ୍ୱାଧୀନ ପ୍ରାର୍ଥୀ ବେଣୁ ମଉସାଙ୍କ ପାଇଁ ଦୀପ ଜାଳିଛନ୍ତି ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ । ଆସନ୍ତାକାଲି ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ଫଳ ବାହାରିବ। ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ବେଣୁ ମଉସାଙ୍କ ବିଜୟ ପାଇଁ ରାଣୀ ଆଜି ଦୀପ ଜାଳିଛନ୍ତି ।

ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଦୀପ ଜାଳି ସେ ବେଣୁ ମଉସାଙ୍କ ପାଇଁ ପ୍ରାର୍ଥନା କରିଛନ୍ତି । ପୂର୍ବରୁ ରାଣୀ ପ୍ରିୟଦର୍ଶିନୀ ବାଲେଶ୍ୱର ଯାଇ ବେଣୁ ମଉସାଙ୍କ ପାଇଁ ପ୍ରଚାର କରିବା ସହ ଭୋଟ ଭିକ୍ଷା କରିଥିଲେ । ଗାଁ ଗାଁ ବୁଲି ବେଣୁ ମଉସାଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ ।

ସୂଚନାନୁସାରେ, ଆସନ୍ତାକାଲି ଏହି ଦୁଇଟି ଆସନ ପାଇଁ ସକାଳ ୮ଟାରୁ ଭୋଟଗଣତି ହେବ । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପଂହଚିଛି । ତିର୍ତ୍ତୋଲ ଆସନର ଭୋଟଗଣତି ଏସଭିଏମ କଲେଜରେ ହେବ । ଇଭିଏମ ଭୋଟଗଣତି ପାଇଁ ଦୁଇଟି ହଲର ବ୍ୟବସ୍ଥା ହୋଇଥିବା ବେଳେ ପୋଷ୍ଟାଲ ବାଲଟ ପାଇଁ ଗୋଟିଏ ହଲର ବ୍ୟବସ୍ଥା ହୋଇଛି ।

ସମ୍ବନ୍ଧିତ ଖବର