ବାଲେଶ୍ୱରରେ ୨ ନାବାଳିକାଙ୍କୁ ଦୁଷ୍କର୍ମ! : ୩ ଅଭିଯୁକ୍ତ ଗିରଫ

ସୋର : ବାଲେଶ୍ୱରର ସୋରରେ ପୁଣିଥରେ ଦୁଷ୍କର୍ମ ଘଟଣା ଘଟିଛି। ୨ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ପୃଥକ୍‌ ପୃଥକ୍‌ ଦୁଇଟି ଘଟଣା ଘଟିଥିବାବେଳେ ଏଥିରେ ସମ୍ପୃକ୍ତ ୩ ଅପରାଧୀଙ୍କୁ ପୁଲିସ୍‌ ଗିରଫ କରିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୧୧ ତାରିଖରେ ଏହି ଘଟଣା ଘଟିଛି। ସେହି ରାତିରେ ସୋର ଥାନା ଅଧୀନ ଗୁଡ ଛକ ନିକଟରେ ଭୋଜି ଖାଇ ଫେରୁଥିବା ଜଣେ ନାବାଳିକାକୁ ବରଯାତ୍ରୀ ଦଳର କିଛି ମାତାଲ୍‌ ଯୁବକ ଦୁଷ୍କର୍ମ କରିଥିଲେ। ସମ୍ପୃକ୍ତ ନାବାଳିକା ବାପାଙ୍କ ଅଭିଯୋଗ ପରେ ସୋର ପୁଲିସ ବରଯାତ୍ରୀ ଦଳର ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବାସୁଦେବପୁର ଥାନା ଅଧୀନ ସୁଦର୍ଶନପୁର ଗ୍ରାମର ଦୀପ୍ତିରଂଜନ ନାୟକ ଓ ଜଗନ୍ନାଥ କବାଟ ସେହିପରି ସୋର ଥାନା ଅଧୀନ ଅନନ୍ତପୁର ପୁରୁଷୋତ୍ତମପୁର ଅଂଚଳର ଜଣେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲା ସେହି ଗାଁର ମନୀନ୍ଦ୍ର ମଲ୍ଲିକ। ପୀଡ଼ିତାଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ, ଗତ ୧୧ ତାରିଖ ରାତିରେ ନାବାଳିକା ଜଣକ ବିବାହ ଭୋଜିରେ ଥିବା ବେଳେ ମନୀନ୍ଦ୍ର ତାକୁ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇ ଦୁଷ୍କର୍ମ କରିଥିଲା।

ସମ୍ବନ୍ଧିତ ଖବର