ନୀଳଗିରି: ବାଲେଶ୍ୱର ଜିଲ୍ଲା ନିଳଗିରି ଥାନା ଅନ୍ତର୍ଗତ କଳିଗଡ଼ି ଗ୍ରାମର କାଳିଆ ବାରିକଙ୍କ ପୁଅ ସୁମନ(୩) ପୋଖରିରେ ବୁଡ଼ିବାରୁ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ସୁମନ ଆଉ ୨ଜଣ ଶିଶୁଙ୍କ ସହିତ ଖେଳିବାକୁ ଯାଇଥିଲା। ସେମାନେ ଘର ନିକଟରେ ଥିବା ପୋଖରି ଆଡ଼କୁ ମଧ୍ୟ ବୁଲିଯାଇଥିଲେ। ଏହାରି ଭିତରେ ୩ଟି ଯାକ ଶିଶୁ ପୋଖରି ଭିତରକୁ ପଶି ଥିଲେ କିନ୍ତୁ ସୁମନ ଅଧିକ ଗଭୀର ପାଣିକୁ ଯାଇଥିଲା। ସ୍ଥାନୀୟ ଲୋକଙ୍କ ଦ୍ୱାରା ୩ଟି ଯାକ ଶିଶୁଙ୍କୁ ପାଣିରୁ ଉଦ୍ଧାର କରାଯାଇଥିଲା। ସୁମନର ଅବସ୍ଥା ବିଦଦଜନକ ଥିବାରୁ ତାକୁ ହସ୍ପିଟାଲ ନିଆଯାଇଥିଲା। ସୁମନକୁ ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ନୀଳଗିରି: ପୋଖରିରେ ବୁଡ଼ି ୩ ବର୍ଷର ଶିଶୁ ମୃତ
/sambad/media/post_attachments/wp-content/uploads/2017/11/Nilagiri_Child-Died.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)