ବାଲେଶ୍ୱର: ଟିପିଏନ୍ଓଡିଏଲ୍ ବ୍ୟାପକ ୨୭,୯୨୦ ବର୍ଗ କିଲୋମିଟର ପରିଚାଳନା ଅଂଚଳରେ ସେବା ପ୍ରଦାନ କରୁଥିବା ବେଳେ ଏହି କ୍ଷେତ୍ରରେ ବିଶେଷ କରି ୩୩ କେଭି, ୧୧ କେଭି ଓ ଲୋ-ଟେନ୍ସନ୍ ଲାଇନର ଓଭରହେଡ୍ ନେଟ୍ୱର୍କ ରହିଥିଲା। କଂପାନି ଉନ୍ନତ ପ୍ରଯୁକ୍ତି ବ୍ୟବହାର କରି ଏହାର ୟୁଟିଲିଟି ସେବାରେ ଉନ୍ନତି ଆଣିପାରିଛି। ନେଟ୍ୱର୍କର ୭୭ ପ୍ରତିଶତ ଗ୍ରାମାଂଚଳରେ ରହିଥିବା ବେଳେ ସେଥିରେ ଜଙ୍ଗଲ ଅଂଚଳ ସହ ୨୨୬ ଫିଡର ରହିଛି, ଯେଊଁଥିପାଇଁ କଂପାନି ଭେଜିଟେସନ ପରିଚାଳନା ନେଟ୍ୱର୍କ ସମସ୍ୟା ଏବଂ ହଟସ୍ପଟ୍ ଚିହ୍ନଟ ଭଳି ବିଶେଷ ପ୍ରକାର ଆହ୍ୱାନର ସାମ୍ନା କରୁଛି ।
ଡ୍ରୋନ୍ ପ୍ରଯୁକ୍ତିର ବିପୁଳ ସମ୍ଭାବନା ବିଷୟରେ ଅବଗତ ଥିବା ଟିପିଏନ୍ଓଡିଏଲ୍ ଏହାର ଭିତ୍ତିଭୂମି ଯାଂଚ, ସଂପତ୍ତି ରକ୍ଷଣାବେକ୍ଷଣ, ନିରୀକ୍ଷଣ ଓ ଜରୁରୀକାଳୀନ ପ୍ରଶମନ ଅଭ୍ୟାସର ରୂପାନ୍ତରଣ ପାଇଁ ଅଭିନବ ଆଭିମୁଖ୍ୟ ଗ୍ରହଣ କରିଛି । ମାନବ ବିହୀନ ଆକାଶ ମାର୍ଗ ଯାନକୁ ବ୍ୟବହାର କରି କଂପାନି ସୁରକ୍ଷିତ, ଅଧିକ ଦକ୍ଷ ଏବଂ ସୁଲଭ ସମାଧାନ ହାସଲ କରିପାରିଛି । ଟିପିଏନ୍ଓଡିଏଲରେ ଡ୍ରୋନ୍ ପ୍ରଯୁକ୍ତିର ପ୍ରୟୋଗ ଓ ଲାଭ ମଧ୍ୟରେ ସାମିଲ ରହିଛି ଭିତ୍ତିଭୂମି ଯାଂଚ, ସଂପତ୍ତି ରକ୍ଷଣାବେକ୍ଷଣ ଓ ତଦାରଖ, ବିତରଣ ଲାଇନ୍ ନିରୀକ୍ଷଣ, ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ନିରାପତ୍ତା ଓ ବିପଦ ହ୍ରାସ ।
ଡ୍ରୋନ୍ ଦ୍ୱାରା ପରିଚାଳିତ ଅଡିଟ୍ ଜରିଆରେ ଟିପିଏନ୍ଓଡିଏଲ୍ ୯୧ଟି ଫିଡର୍ ସ୍କାନିଂ ସମ୍ପୂର୍ଣ୍ଣ କରିଛି ଯେଉଁଥିରେ ପାଖାପାଖି ୨୪୨୯ କିମିର ଲମ୍ବ ଏବଂ ୭୦୦୦ରୁ ଅଧିକ ଛବି ଉଠାଇବା ସାମିଲ ଥିଲା । ଏହି ଅଡିଟ୍ ଜରିଆରେ ୧୨୨୩ଟି ହଟସ୍ପଟ୍ ଚିହ୍ନଟ ହୋଇଛି, ଯେଉଁଥିରୁ ୯୪୮ (୭୮%)ର ତ୍ରୁଟି ସମାଧାନ ହୋଇସାରିଛି ଯାହା ୟୁଟିଲିଟି ପରିଚାଳନାରେ ଉନ୍ନତି ଆଣିବାରେ ଡ୍ରୋନ୍ ପ୍ରଯୁକ୍ତିକୁ ଫଳପ୍ରଦତ୍ତାକୁ ପ୍ରଦର୍ଶିତ କରୁଛି।
ଅଲ୍ଟ୍ରାସାଉଣ୍ଡ୍ ସ୍କାନିଂ ପ୍ରଯୁକ୍ତିକୁ ବ୍ୟବହାର କରି ଟିପିଏନ୍ଓଡିଏଲ୍ ପୂର୍ବାନୁମାନ ରକ୍ଷଣାବେକ୍ଷଣର ଶୁଭାରମ୍ଭ କରିଛି । ବିଦ୍ୟୁତ ନେଟ୍ୱର୍କରେ ବିଦ୍ୟୁତ ଡିସ୍ଚାର୍ଜକୁ ଠାବ କରି ଭବିଷ୍ୟତର ବିଭ୍ରାଟକୁ ଆକଳନ କରିବା ଏବଂ ଅଭାବନୀୟ ସମୟର ବିଭ୍ରାଟର ତୁରନ୍ତ ପ୍ରଶମନ ଲାଗି ଅଲ୍ଟ୍ରାସାଉଣ୍ଡ୍ ସ୍କାନିଂ କରାଯାଉଛି। ଡିସ୍ଚାର୍ଜ ଠାବ କରିବା ଲାଗି ଏହି କ୍ୟାମେରା ଉଭୟ ସୋନିକ୍ ଏବଂ ଅଲ୍ଟ୍ରାସୋନିକ୍ ଫ୍ରିକୁ୍ୟଏନ୍ସିକୁ ବ୍ୟବହାର କରୁଛି, ଯାହା ସାଧାରଣରେ ମଣିଷ କାନକୁ ଶୁଭେନାହିଁ ।
୩୪ଟି ୩୩ କେଭି ଫିଡର୍ ସ୍କାନିଂ ସମ୍ପୂର୍ଣ୍ଣ କରାଯାଇଥିବା ବେଳେ ୧୫୧ର ପର୍ଯ୍ୟବେକ୍ଷଣ ଚିହ୍ନଟ କରାଯାଇଛି । ଅଲଟ୍ରାସୋନିକ୍ କ୍ୟାମେରାକୁ ବ୍ୟବହାର କରି କଂପାନି ଚିହ୍ନଟ ହୋଇଥିବା ୮୮ ପ୍ରତିଶତ ମାମଲାର ସମାଧାନ କରିଛି । ତଥ୍ୟ ଆଧାରିତ ନିଷ୍ପତି, ରକ୍ଷଣାବେକ୍ଷଣ କାର୍ଯ୍ୟକୁ ଅଗ୍ରାଧିକାର ଭିତିରେ କରିବା, ଖର୍ଚ କମ୍ କରିବା ଏବଂ ପରିବେଶ ଉପରେ ପ୍ରଭାବ କମ୍ କରି ଅତ୍ୟାବଶ୍ୟକ ସେବାର ଭରସାକୁ ସୁନିଶ୍ଚିତ କରିବାରେ ଟିପିଏନ୍ଓଡିଏଲ୍କୁ ଅଲ୍ଟ୍ରାସୋନିକ୍ କ୍ୟାମେରା ସଶକ୍ତ କରୁଛି ।
ଡ୍ରୋନ୍ ବ୍ୟବହାର କରି ଆମେ ଆକାଶମାର୍ଗରୁ ପ୍ରବର୍ତନ କାର୍ଯ୍ୟକଳାପର ଶୁଭାରମ୍ଭ କରିଛୁ । ଡ୍ରୋନ୍ରେ ନାଇଟ୍ ଭିଜନ୍ କ୍ୟାମେରା ଲଗାଯାଇଛି ଯାହା ବିଦ୍ୟୁତ ଚୋରିର ଏଚଡି ଛବି/ ଭିଡିଓ ଉତ୍ତୋଳନ କରୁଛି । ବିଦ୍ୟୁତ ଚୋରିକୁ ଦୃଷ୍ଟିରେ ରଖି ବିଶେଷ କରି ନିମ୍ନଲିଖିତ କ୍ଷେତ୍ରରେ ଏହି ଅଭିଯାନ ଆରମ୍ଭ କରାଯାଇଛି:
- କୃଷି
- ଚିଙ୍ଗୁଡ଼ି ଚାଷ
- ଚୋରିପ୍ରବଣ ଅଂଚଳରେ ପ୍ରତ୍ୟକ୍ଷ ପରିଦର୍ଶନରେ ନିରୀକ୍ଷଣ କରିବା ଅସୁବିଧା
- ଭିନ୍ନ ସମୟରେ ନିରୀକ୍ଷଣ
ଏହା ବିଦ୍ୟୁତ ଚୋରଙ୍କୁ ଏହି ବାର୍ତା ଦେଉଛି ଯେ ଅନଧୀକୃତ ବିଦ୍ୟୁତ ବ୍ୟବହାର କରି ସେମାନେ କୌଣସି ଆଡ଼େ ଯାଇପାରିବେ ନାହିଁ ।
ଟିପିଏନ୍ଓଡିଏଲ୍ ଉଠା ଜଳସେଚନ ଓ ଗ୍ରାମୀଣ ଅପହଂଚ ଉପଭୋକ୍ତାମାନଙ୍କ ପାଇଁ ଫିକ୍ସଡ୍ ୱିଙ୍ଗ୍ ଡ୍ରୋନ୍ ବ୍ୟବହାର କରି ଆକାଶ ମାର୍ଗରୁ ମିଟର ରିଡିଂ ଆରମ୍ଭ କରିଛି । କୃଷି ଟାରିଫ୍ ବର୍ଗରେ ଆମେ ପ୍ରାୟ ୩୫ ହଜାର ଉଠାଜଳସେଚନ (ଏଲ୍ଆଇ) ଗ୍ରାହକଙ୍କୁ ସେବା ପ୍ରଦାନ କରୁଛୁ। ଏହି ସମସ୍ତ ଗ୍ରାହକମାନେ ଗଭୀର ଧାନ କ୍ଷେତ, ଜଳାର୍ଣ୍ଣବ ତଥା ଅପହଂଚ ଅଚଂଳରେ ସଡ଼କ ଓ ଜମିରେ ଚାଲିବା କଷ୍ଟକର ଥିବା ଅଂଚଳରେ ରହିଛନ୍ତି ତେଣୁ ସେଥିପାଇଁ ଏହି ଗ୍ରାହକମାନଙ୍କୁ ଅସ୍ଥାୟୀ ବିଲିଂ ଭିତିରେ ବିଲ୍ ଦିଆଯାଉଛି ।
ଟିପିଏନ୍ଓଡିଏଲ୍ ପକ୍ଷରୁ ସମସ୍ତ ଏଲ୍ଆଇ ସଂଯୋଗ ପାଇଁ ବିଏଲ୍ଇ (ବ୍ଲୁଟୁ୍ଥ୍ ଲୋ ଏନର୍ଜି) ମିଟର ସ୍ଥାପନ କରିବା ଅଭିଯାନ ହାତକୁ ନିଆଯାଇଛି ଏବଂ ଫିକ୍ସଡ୍ ୱିଙ୍ଗ ଡ୍ରୋନ୍ ଦ୍ୱାରା ଆଣ୍ଡ୍ରଏଡ୍ ମୋବାଇଲ୍ ଆପ୍ ଜରିଆରେ ମିଟର ରିଡିଂ ସଂଗ୍ରହ କରାଯାଉଛି ।
୫୬୪୬ ସଂଖ୍ୟକ ବିଏଲ୍ଇ ମିଟର ସ୍ଥାପନ କରାଯାଇସାରିଥିବା ବେଳେ ଡ୍ରୋନ୍ ଜରିଆରେ ମିଟର ରିଡିଂ ସଂଗ୍ରହ କରି ବାସ୍ତବ ଭିତିରେ ବିଲ୍ ପ୍ରଦାନ କରାଯାଉଛି ।
ସମସ୍ତ ସର୍କଲ୍ରେ ସମସ୍ତ ଉଠାଜଳସେଚନ ନୂଆ ସଂଯୋଗ ପାଇଁ ବିଏଲ୍ଇ ମିଟର ଲଗାଯାଉଛି ।
ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଅଟୋମେସନ, ଓ ଡାଟା ଆନାଲିଟିକ୍ସରେ ଉନ୍ନତି ଯୋଗୁ ଟିିପିଏନ୍ଓଡିଏଲ୍ରେ ଡ୍ରୋନ୍ଣ ବର୍ଦ୍ଧିତ ଭୂମିକାକୁ ଆମେ ଚାହିଁରହିଛୁୂ । ଆକଳନଭିତ୍ତିକ ରକ୍ଷଣାବେକ୍ଷଣ ପାଇଁ ଡ୍ରୋନର ଦକ୍ଷତାକୁ ବ୍ୟବହାର କରି ଉପକରଣର ବିଫଳତାର ଆଶଙ୍କାକୁ ଆକଳନ କରିବା ଏବଂ ବିଭ୍ରାଟକୁ ଏଡ଼ାଇବା ସହ ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଲାଗି ପ୍ରତ୍ୟକ୍ଷ ପଦକ୍ଷେପ ଗ୍ରହଣ କରାଯାଉଛି । ପୂର୍ବାନୁମାନ ଭିତ୍ତିକ ରକ୍ଷଣାବେକ୍ଷଣର ଅନେକ ଲାଭ ରହିଛି ଯେଉଁଥିରେ ସାମିଲ ରହିଛି ଡାଉନ୍ଟାଇମ୍ ହ୍ରାସ, ସୁଲଭତା ଓ ଉପକରଣର ଜୀବନକାଳରେ ବୃଦ୍ଧି।
ଏକ ଦୂରଦୃଷ୍ଟି ସମ୍ପନ୍ନ ୟୁଟିଲିଟି କଂପାନି ଭାବେ ଆମ ନିରୀକ୍ଷଣ, ରକ୍ଷଣାବେକ୍ଷଣ ଓ ସାମଗ୍ରିକ ୟୁଟିଲିଟି ପରିଚାଳନାରେ ଉନ୍ନତି ଆଣିବା ଲାଗି ଆମେ ଉନ୍ନତ ପ୍ରଯୁକ୍ତି ଗ୍ରହଣ କରିବାକୁ ପ୍ରତିବଦ୍ଧ ରହିଛୁ। ଆମ ଗ୍ରାହକମାନଙ୍କୁ ଭରସାଯୋଗ୍ୟ ଓ ପ୍ରଭାବଶାଳୀ ସେବା ପ୍ରଦାନ କରିବାର ଲକ୍ଷ୍ୟକୁ ହାସଲକରିବା ସହ ଏକ ଦୀର୍ଘସ୍ଥାୟୀ ଓ ସ୍ଥିର ଶକ୍ତି ଭବିଷ୍ୟତ ଆଡ଼କୁ ଅଗ୍ରସର ହେବାରେ ଡ୍ରୋନ୍ ଓ ଅଲ୍ଟ୍ରାସୋନିକ୍ କ୍ୟାମେରାର ସମନ୍ୱୟ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାସ୍କର ସରକାର କହିଛନ୍ତି ।
ଉନ୍ନତ ପ୍ରଯୁକ୍ତି ଗ୍ରହଣ କରିବା ଲାଗି ପ୍ରତିବଦ୍ଧତାର ନିରନ୍ତର ସନ୍ଧାନ ସହିତ ଟିପିଏନ୍ଓଡିଏଲ୍ ୟୁଟିଲିଟି ଶିଳ୍ପରେ ନୂତନ ମାନଦଣ୍ଡ ଧାର୍ଯ୍ୟ କରୁଥିବା ବେଳେ ବିବିଧ ବର୍ଗର ଗ୍ରାହକମାନଙ୍କୁ ଭରସାଯୋଗ୍ୟ ଓ ପ୍ରଭାବଶାଳୀ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରୁଛି ।
ଉନ୍ନତ ପ୍ରଯୁକ୍ତି ସହ ପରିଚାଳନାରେ ବିପ୍ଳବ ଆଣିଛି ଟିପିଏନ୍ଓଡିଏଲ୍
/sambad/media/post_attachments/wp-content/uploads/2023/07/f39bf226-5261-4859-958d-cd59e62115e6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)