ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ନୂଆବଜାର ବିଦ୍ୟୁତ ଗ୍ରୀଡ ଷ୍ଟେସନରେ ଅଗ୍ନିକାଣ୍ଡ।୨.୫ ଏମଭିଏ ପାଓ୍ବାର ଟ୍ରାନ୍ସଫର୍ମର ହୁହୁ ହୋଇ ଜଳୁଛି। ଆଜି ସକାଳ୬ ଟା ସମୟରେ ଏକ ମାଙ୍କଡ଼ ଡେଇଁ ପଡିବା ପରେ ସଟ୍ ସର୍କିଟ ହୋଇଯାଇଥିଲା। ଆଉ ମାତ୍ର ନିମିଷକ ମଧ୍ୟରେ ପାଓ୍ବାର ଟ୍ରାନ୍ସଫର୍ମର ହୁହୁ ହୋଇ ଜଳିବା ଆରମ୍ଭ କଲା। ଏହି ଖବର ଲେଖା ହେବା ଯାଏଁ ଅର୍ଥାତ୍ ଦିନ ୮ ଟା ଯାଏଁ ଟ୍ରାନ୍ସଫର୍ମର ଜଳୁଥିବା ଟାଟା ପାଓ୍ବାର ତରଫରୁ ସୂଚନା ଦିଆଯାଇଛି।

Advertisment

ଟ୍ରାନ୍ସଫର୍ମର ଜଳୁଥିବାରୁ ତମାମ ଜଳେଶ୍ଵର ଅଞ୍ଚଳକୁ ବିଦ୍ୟୁତ ସରବରାହ ସକାଳ ୬ଟାଠାରୁ ବନ୍ଦ କରି ଦିଆଯାଇଛି। ଅଗ୍ନିକାଣ୍ଡ ଯୋଗୁଁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଏପରିକି କି ଗ୍ରୀଡ ଭିତରେ ଥିବା ଟାଟା ପାଓ୍ବାର କର୍ମଚାରୀମାନେ ବାହାରକୁ ଚାଲିଆସିଥିଲେ।