ବାହାନଗା: ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଖନ୍ତାପଡ଼ା ଥାନା ୧୬ ନମ୍ବର ଜାତୀୟ ରାଜପଥର ଶେରଗଡ଼ ଟୋଲ୍ଗେଟ୍ ଡାଇଭର୍ସନ ନିକଟରେ ଟ୍ରକ୍ ଧକ୍କା ଦେବାରୁ ବାଇକ୍ରେ ଯାଉଥିବା ଦମ୍ପତିଙ୍କ ମଧ୍ୟରୁ ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ପତ୍ନୀ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ; ଶେରଗଡ଼ ପଞ୍ଚାୟତ ମଡ଼ଗଡ଼ା ସାହି ବାସିନ୍ଦା ରାମଚନ୍ଦ୍ର ପଣ୍ଡାଙ୍କ ପୁଅ ଇନ୍ଦ୍ରଜିତ ପଣ୍ଡା (୪୯) ତାଙ୍କ ପତ୍ନୀ ପ୍ରୀତିନନ୍ଦା ପଣ୍ଡା (୪୦)ଙ୍କୁ ଧରି ବାଇକ୍ (ଓଆର୍-୦୧-ଜି-୦୮୨୩)ରେ ତାଙ୍କ ମାମୁଙ୍କ ଏକାଦଶାହ ପାଇଁ ବାଲେଶ୍ୱର ସହର ମେଘଡମ୍ବୁରୁ ସ୍ଥିତ ଘରକୁ ଯାଉଥିଲେ। ଏହି ସମୟରେ ଜାତୀୟ ରାଜପଥ ଶେରଗଡ଼ ଟୋଲ୍ଗେଟ୍ ଡାଇଭର୍ସନ ନିକଟରେ ଏକ ଟ୍ରକ୍ (ଓଆର୍-୦୯-କେ-୫୪୪୪) ସେମାନଙ୍କ ଉପରେ ଚଢ଼ିଯାଇଥିଲା। ଖବର ପାଇ ଶେରଗଡ଼ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଦମ୍ପତିଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ଡାକ୍ତରଖାନାକୁ ପଠାଇଥିଲେ। ହେଲେ ସେଠାରେ ଡାକ୍ତର ଇନ୍ଦ୍ରଜିତଙ୍କୁ ମୃତ ଘୋଷଣା କରିଥିବା ବେଳେ ପ୍ରୀତିନନ୍ଦା ଚିକିତ୍ସାଧୀନ ଅଛନ୍ତି। ପୁଲିସ ଏନେଇ ଏକ ଦୁର୍ଘଟଣା ମାମଲା ରୁଜୁ କରିବା ସହ ଟ୍ରକ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।
ବାଇକ୍ ଉପରେ ଚଢ଼ିଗଲା ଟ୍ରକ୍:ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
/sambad/media/post_attachments/wp-content/uploads/2019/06/Road-Accident.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)