ବାଲେଶ୍ୱର: ଏଟିଏମ୍ରୁ ଲୁଟ ହୋଇଥିବା ୭୬ ହଜାର ଟଙ୍କା ସମେତ ୨ଟି ବାଇକ ଜବତ କରିଛି ବାଲେଶ୍ୱର ଶିଳ୍ପାଞ୍ଚଳ ପୁଲିସ। ଏହି ଘଟଣା ସହିତ ଜଡ଼ିତ ସଦର ଥାନା ଅନ୍ତର୍ଗତ ରସୁଲପୁର ଅଞ୍ଚଳର ଛେଳିଆପଡ଼ା ଗ୍ରାମର ନାରାୟଣ ବେହେରାଙ୍କ ପୁଅ କାଳିଆ ଓରଫ ଦିପକ କୁମାର ବେହେରା(୧୯) ଓ ଶଙ୍କର ଘଡ଼େଇଙ୍କ ପୁଅ ହୁଆ ଓରଫ ଅଜୟ କୁମାର ଘଡ଼େଇ(୩୦)ଙ୍କୁ ଗିରଫ କରିଛି। ସଦର ଥାନା ଆଇଆଇସି ଦୟାନିଧି ଦାସଙ୍କ ଉପସ୍ଥିତିରେ ଶିଳ୍ପାଞ୍ଚଳ ଥାନା ଆଇଆଇସି ପରେସ ରାଉତ କହିଛନ୍ତି, ଦିପକ ଠାରୁ ୪୭,୭୦୦ ଟଙ୍କା ଓ ଅଜୟ କୁମାରଙ୍କ ଠାରୁ ୨୮,୬୦୦ଟଙ୍କା ଜବତ କରିଛି।
ବାଇକ୍ ଚୋରି ସମ୍ପର୍କରେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରି ଥାନା ଅନ୍ତର୍ଗତ ରାହାଣିଆ ଅଞ୍ଚଳର ନାଉରଙ୍ଗପୁର ଗାଁର ସରତ ସାହୁଙ୍କ ପୁଅ ସ୍ମୃତିରଂଜନ ଗତ ଫେବ୍ରୁଆରି ୭ରେ ଅଭିଯୋଗ ଆଣିଥିଲେ। ଅଭିଯୋଗରେ ସେ ଉଲ୍ଲେଖ କରିଥିଲେ ଯେ, ସେ ଡିଷ୍ଟ୍ରିକ୍ଟ ଏକ୍ସଜ୍ୟୁକେଟିଭ୍ ଅଫ୍ ଏମ୍ଫାସିସ ପ୍ରା.ଲିରେ ଜଣେ କର୍ମଚାରୀ। ଏହି କମ୍ପାନି ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଟିଏମ୍ ତଦାରଖ କରିଥାଏ। ଗତ ଫେବ୍ରୁଆରି ୬/୭ ରାତି କିଛି ଦୁର୍ବୃତ୍ତ ଏଟିଏମ୍ ରୁମ୍କୁ ଆସି ଭଙ୍ଗାରୁଜା କରିଥିଲେ ଓ ୧୫,୬୦୦ଟଙ୍କା ନେଇ ପଳାଇ ଯାଇଥିଲେ। ସେମାନେ ଏସ୍ବିଆଇ ଏଟିଏମ୍ ସମ୍ମୁଖରେ ଥିବା ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏଟିମ୍କୁ ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ।
/sambad/media/post_attachments/wp-content/uploads/2018/02/bls1-300x168.jpg)
ରାଉତ କହିଛନ୍ତି, ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ଏହି ଅଭିଯୁକ୍ତମାନେ ରସୁଲପୁର ଏଟିମ୍ରୁ ୯ହଜାର ଟଙ୍କା, ଗୋପାଳପୁର ଏଟିମ୍ରୁ ୨୪ହଜାର ଟଙ୍କା, କଣ୍ଟାପଡ଼ା ଏଟିମ୍ରୁ ୨ହଜାର ୫୦୦ଟଙ୍କା, ରସୁଲପୁରର ଅନ୍ୟ ଏକ ଏଟିଏମ୍ରୁ ୧୮ହଜାର ଟଙ୍କା, ସୁନାହାଟ ଏଟିଏମ୍ରୁ ୧ଲକ୍ଷ ୧୯ ହଜାର ୩୦୦ଟଙ୍କା, ହଳଦୀପଡ଼ା ଏଟିଏମ୍ରୁ ୨ହଜାର ୨୦୦ଟଙ୍କା, ସିମୁଳିଆ ଏଟିଏମ୍ରୁ ୮୧ହଜାର ଟଙ୍କା, ରେମୁଣା ଗୋଲେଇ ଏଟିମ୍ରୁ ୧୫ହଜାର ଟଙ୍କା ଲୁଟ ଘଟଣାରେ ସଂପୃକ୍ତ ଥିବା ବେଳେ ଜଳେଶ୍ୱରରୁ ଏକ ଏଟିଏମରୁ ଲୁଟ ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/bls-2.jpg)