ବାଲେଶ୍ୱର: ବାଇକ-କାର ଦୁର୍ଘଟଣାରେ ୨ ମୃତ, ୨ ଗୁରୁତର

ବାଲେଶ୍ୱର: ସୋର ଥାନା ଅନ୍ତର୍ଗତ ଜାତୀୟ ରାଜପଥ କ୍ରମାଙ୍କ ୧୬ରେ ଶୁକ୍ରବାର ବାଇକ ଓ କାର ଦୁର୍ଘଟଣା ହେବାରୁ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ଦଇସଡ଼ା ନିକଟସ୍ଥ ନାଏକବନ୍ଧ ଠାରେ ହୋଇଥିବା ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ଦଇସଡ଼ା ଗ୍ରାମର ଶ୍ରୀକାନ୍ତ ବେହେରା(୬୦), ପୁଅ ଶଶୀକାନ୍ତ ବେହେରା, କୁରଡ଼ା ଗ୍ରାମର ଉମାକାନ୍ତ ନାଏକ ଓ ଗୁରୁ ପ୍ରସାଦ ଜେନା। ସୋର ହସ୍ପିଟାଲରେ ଶ୍ରୀକାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁ ପ୍ରସାଦ ଜେନାଙ୍କ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ଶଶିକାନ୍ତକୁ ଗୁରୁତର ଅବସ୍ଥାରେ କଟକ ବଡ଼ଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର