ବାଲେଶ୍ୱର: ଭାରସାମ୍ୟ ହରାଇ ଓଲଟିଲା ଇଟା ବୋଝେଇ ଟ୍ରାକ୍ଟର, ୨ ମୃତ, ୨ ଗୁରୁତର

ଜଳେଶ୍ୱର: ଭାରସାମ୍ୟ ହରାଇ ଏକ ଇଟା ବୋଝେଇ ଟ୍ରାକ୍ଟର ବୁଧବାର ଓଲଟି ପଡ଼ିବାରୁ ଚାଳକ ସମେତ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଲୋକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର-ଅଗ୍ରୱାଲା ରାସ୍ତାର ଶିରିଡି ସାଇ ମନ୍ଦିର ସନ୍ନିକଟ ଧୂବଲା ଖାଇ ନିକଟରେ ଆଜି ଅପରାହ୍ନ ପ୍ରାୟ ୫ଟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଟ୍ରାକ୍ଟର ଚାଳକଙ୍କ ସହ ଦୁଇ ଜଣକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଦୁଇ ଭାଇ ଅଳ୍ପକେ ବର୍ତି ଯାଇଛନ୍ତି।

ନଛିମପୁର ଗାଁର ନରେନ୍ଦ୍ର ପ୍ରଧାନଙ୍କ ପୁଅ ଚିତ୍ତରଞ୍ଜନ (୪୭) ଟ୍ରାକ୍ଟର ଚଳାଇ ପାଖ ଏକ ଇଟାଭାଟିକୁ ଇଟା ଆଣିବା ପାଇଁ ନିଜ ଘରୁ ବାହାରି ଥିଲେ। ତାଙ୍କ ସହ ପାଖ ସାହାଡାପଡା ଗ୍ରାମର ତ୍ରଲୋକ୍ୟ ସେଣଙ୍କ ପୁଅ ସୁଶୀଲ(୪୦)ଏବଂ ସୁଶୀଲଙ୍କ ଦୁଇ ପୁଅ ବଳିଆ ଓ କାଳିଆ ମଧ୍ୟ ସେହି ଟ୍ରାକ୍ଟରରେ ଯାଉଥିବା ବେଳେ ଶିରିଡି ସାଇ ମନ୍ଦିର ସନ୍ନିକଟ ରେ ଜଳେଶ୍ୱର ପଟୁ ଆସୁଥିବା ଏକ ଗାଡିକୁ ସାଇଡ ଦେବାକୁ ଯାଇ ନିରଞ୍ଜନ ଗାଡି କାଟି ଦେଇଥିବା ବେଳେ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପାର୍ଶ୍ଵରେ ଓଲଟି ପଡିଥିଲା।

ତେବେ ବଳିଆ ଓ କାଳିଆ ଟ୍ରାକ୍ଟରର ଡାଲାରେ ଛିଡା ହୋଇ ଯାଉଥିବା ବେଳେ ଟ୍ରାକ୍ଟର ଓଲଟିବା ପୁର୍ବରୁ ତଳକୁ ଡିଆଁ ମାରି ଅଳ୍ପକେ ବର୍ତି ଯାଇଥିଲେ। ମାତ୍ର ଚିତ୍ତରଞ୍ଜନ ଓ ସୁଶୀଲ ଖାଇ ଭିତରେ ପାଣି ଓ ଦଳ ଭିତରେ ଟ୍ରାକ୍ଟର ଇଞ୍ଜିନ ତଳେ ଚାପି ହୋଇରହିଥିଲେ। ବଳିଆ ଓ କାଳିଆଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ପୁଲିସ ଜେସିବି ସାହାଯ୍ୟ ରେ ଟ୍ରାକ୍ଟର ଶକୁ ଉପରକୁ ଉଠାଇ ଥିଲା। ସେତେବେଳେକୁ ଉଭୟଙ୍କର ମୃତ୍ୟୁ ହୋଇଯାଇଥିବା ପ୍ରତେକ୍ଷଦର୍ଶୀ ମାନେ ପ୍ରକାଶ କରିଛନ୍ତି। ଉଭୟ ଙ୍କୁ ଜଳେଶ୍ୱରସ୍ଥିତ ହସପିଟାଲ ଅଣା ଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

 

ସମ୍ବନ୍ଧିତ ଖବର