ବାଲେଶ୍ୱର: ଜଳେଶ୍ୱର ଥାନା ଅଞ୍ଚଳରେ ୨୦୧୬ ଜାନୁଆରିରେ ଜଣେ ନାବାଳିକା ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ମାମଲାରେ ବାଲେଶ୍ୱର ଅତିରିକ୍ତ ଜିଲ୍ଲା ଦେରାଜଜ୍ ତଥା ପୋକ୍ସୋର ସ୍ୱତନ୍ତ୍ର ଅଦାଲତର ବିଚାରପତି ଅଜନ୍ତା ଷଡ଼ଙ୍ଗୀ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି।
ଜଜ୍ ଷଡ଼ଙ୍ଗୀ ୧୮ ଜଣ ସାକ୍ଷୀଙ୍କ ବୟାନ ଓ ୨୩ଟି ଦଲିଲକୁ ପ୍ରମାଣିତ କରି ଅଭିଯୁକ୍ତ ଧୁଳିଆ ଓରଫ ସନାତନ ମଣ୍ଡଳ (୨୪) ଓ ବିକ୍ରମ ମାଝୀ (୧୮)ଙ୍କୁ ପୋକ୍ସୋ ଆଇନର ଧାରା ୪୨ ଅନୁସାରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ୩ ମାସ ସଶ୍ରମ କାରାଦଣ୍ଡ ଭୋଗିବେ। ଅଭିଯୁକ୍ତମାନଙ୍କ ତରଫରୁ ଯଦି ୧୦ ହଜାର ଲେଖା ଜରିମାନା ଆଦାୟ ହେବ ତେବେ ତାହା ଆଇନ ଅନୁସାରେ ପୀଡ଼ିତାଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୩ ବର୍ଷରୁ କମ୍ ସମୟ ମଧ୍ୟରେ ମାମଲାର ବିଚାର କରାଯାଇଥିବାରୁ ବିଭିନ୍ନ ମହଲରେ ଏହାକୁ ସ୍ୱାଗତ କରାଯାଇଛି।
ସୂଚନାଯୋଗ୍ୟ ଯେ, ୨୦୧୬ ଜାନୁଆରି ୧ ସଂଧ୍ୟାରେ ଜଳେଶ୍ୱର ଥାନା ଅଞ୍ଚଳରେ ଜଣେ ଛାତ୍ରୀ ପରୀ(୧୪)(ଛଦ୍ମନାମ)ଙ୍କୁ ତାଙ୍କ ଗାଁର ଧୁଳିଆ ଓରଫ ସନାତନ ମଣ୍ଡଳ(୨୪) ମୁହଁରେ ଗାମୁଛା ଦେଇ ଏକ ନିଛାଟିଆ ସ୍ଥାନକୁ ଟେକିନେଇ ବାରମ୍ବାର ଦୁଷ୍କର୍ମ କରିଥିଲା। ଏହି ଘଟଣା କାହା ଆଗରେ ପ୍ରକାଶ କରିଲେ ତାକୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏହାପରେ ପରୀ ଭୟରେ କାହାକୁ କହି ନଥିଲେଯ ସ୍କୁଲ୍ରୁ ଫେରିବା ବାଟରେ ସନାତନ ପରୀଙ୍କୁ ଅସଦ୍ ବ୍ୟବଦାର କରୁଥିଲା।
ପୁଣି ୨୦୧୬ ଜାନୁଆରୀ ୩୧ ଅପରାହ୍ନ ୫ଟାରେ ପରୀ ପାଇଖାନାକୁ ଯାଇଥିବା ସମୟରେ ଆଗରୁ ଛପି ବସିଥିବା ସନାତନ ଓ ତାଙ୍କ ସାଥି ବିକ୍ରମ ମାଝୀ(୧୮) ମୁହଁରେ ଗାମୁଛାଦେଇ ଜଣେପରେ ଜଣେ ଗଣ ଦୁଷ୍କର୍ମ କରିଥିଲେ। ଫଳରେ ପରୀ ଅଚେତ ହୋଇ ସେଠାରେ ପଡ଼ି ରହିଥିଲା। ଏହି ଘଟଣା ପରୀ ତାଙ୍କ ମା’ଙ୍କୁ କହିଥିଲା। ଘରକୁ ତାଙ୍କ ବାପା ଫେରିବା ପରେ ପରୀ ସବୁକଥା କହିଥିଲା। ଏହା ପରେ ବାପା ଫେବୃଆରି ୯ରେ ଜଳେଶ୍ୱର ଥନାରେ ଲିଖିତ ଅଭିଯୋଗ କରିଥିଲେ। ସରକାରଙ୍କ ତରଫରୁ ପିପି ପ୍ରଣବ ପଣ୍ଡା ଓ ଅଭିଯୁକ୍ତମାନଙ୍କ ତରଫରୁ ଆଡଭୋକେଟ୍ ଏସ୍ ରାଉତ ମକଦ୍ଦମା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/judgement.jpg)