ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ କାଂଶ ପଞ୍ଚାୟତର କରଞ୍ଜିଆ ଗ୍ରାମରେ ଭାଲୁ ଆକ୍ରମଣରେ ଦୁଇ ଯୁବକ ଗୁରୁତର ହୋଇଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, କାର୍ତ୍ତିକ ବାରିକ ଓ ଜଗନ୍ନାଥ ଦଣ୍ଡପାଟ ସକାଳେ ଶୌଚ ପାଇଁଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ଏହାପରେ ଦୁଇ ଯୁବକ ଚିତ୍କାର କରିଥିଲେ। ଦୁହିଁଙ୍କ ପାଟି ଶୁଣି ଉଭୟଙ୍କୁ ସ୍ଥାନୀୟ ଗ୍ରାମବାସୀମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରି,୧୦୮ ଆମ୍ବୁଲାନ୍ସ ଜରିଆରେ ନୀଳଗିରି ଡାକ୍ତରଖାନାକୁ ପଠାଇଛନ୍ତି।

Advertisment

ଉକ୍ତ ଅଞ୍ଚଳରେ ବାରମ୍ବାର ଭାଲୁ ତାଣ୍ଡବ କରୁଥିବାରୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ଅଞ୍ଚଳବାସୀ। ଖବରପାଇ ବନ ବିଭାଗ ପହଞ୍ଚି ଭାଲୁ ଉପରେ ନଜର ରଖିଛନ୍ତି। ଭାଲୁ କାମୁଡ଼ାରେ ଗୁରୁତର ଦୁଇ ଯୁବକ ନୀଳଗିରି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।