ବିଚ୍ ବଜାରରେ ୪ ମହିଳାଙ୍କ ଭିତରେ ମାରପିଟ୍ ! ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍

ବାଲେଶ୍ୱର: ବିଚରାସ୍ତା ଉପରେ ମାଡ଼ଗୋଳ ଲାଗିଲେ ୪ ମହିଳା । ବିଚ୍ ବଜାରରେ ଚୁଟି ଧରି ଟଣାଓଟରା ହେଲେ । ଦେଖଣାହାରୀ ଅଟକାଉଥିଲେ ବି କ୍ଷାନ୍ତ ହେଉ ନ ଥିଲେ ସେମାନେ। ତେବେ ଘଟଣାସ୍ଥଳରେ ଉପସ୍ଥିତ କିଛି ଲୋକ ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଦେବା ଫଳରେ ତାହା ଭାଇରାଲ୍ ହୋଇଛି।

ସୂଚନା ମୁତାବକ, ବାଲେଶ୍ୱର ସହଦେବଖୁଂଟାରେ କୁଇନ କଲ୍ୟାଣ ମାର୍କେଟ କମ୍ପେକ୍ସରେ ଗୋଟେ ଘରର ଭଡାକୁ ନେଇ ମାରପିଟ ହୋଇଛି । ଭଡାଟିଆ ଭଡା ନ ଦେବା ଓ ଚୁକ୍ତିପତ୍ରକୁ ନବୀକରଣ କରିବା ନେଇ ଦୀର୍ଘଦିନ ଧରି ବିବାଦ ଦେଖାଦେଇଥିଲା । ଘର ମାଲିକଙ୍କ ସ୍ତ୍ରୀ, ଝିଅ ଓ ଭଡାଟିଆ ବିଚ ରାସ୍ତାରେ ଉପରେ ଚୁଟି ଧରି ଟଣାଓଟରା ହୋଇଥିଲେ । ଫଳରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ବଜାରରେ ଉପରେ ମାରପିଟ ଦେଖି ଲୋକମାନେ ମହିଳାଙ୍କୁ ବୁଝାଶୁଝା ଚେଷ୍ଟା କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିବା ଜଣାପଡିଛି । ତେବେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଏହାକୁ ନିନ୍ଦା କରିଥିବା ବେଳେ ସାମାନ୍ୟ ଘଟଣାକୁ ନେଇ ରାଜରାସ୍ତାରେ ଯେପରି ଭାବରେ ତୁମୁଳକାଣ୍ଡ ହେଲା ତାହାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ ମଧ୍ୟ କରାଯାଇଛି ।

ସମ୍ବନ୍ଧିତ ଖବର