ନୀଳଗିରି: ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ବିରଳ ଶିଶୁପୁତ୍ର ଜନ୍ମ ହୋଇଥିବାର ଦେଖିବାକୁ ମିଳିଛି। ଜନ୍ମ ବେଳୁ ଶିଶୁର ବାହାରିଛି ଗୋଟିଏ ଦାନ୍ତ ଓ ଗୋଟିଏ ମାଢି ସଦୃଶ ଦାନ୍ତ । ମୁଖ୍ୟତଃ ଶିଶୁ ଜନ୍ମର ୮ ମାସରେ ଶିଶୁଙ୍କର ଦାନ୍ତ ଉଠିଥାଏ। ହେଲେ ଜନ୍ମରୁ ଦୁଇଟି ଦାନ୍ତ ଉଠିଥିବାରୁ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ସୂଚନା ମୁତାବକ ତେନ୍ତୁଳିଆ ଗ୍ରାମର ମାମା ଦେସାରୀ ଡେଲିଭରି ପାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଆସିଥିଲେ। ଆଜି ସକାଳ ୧୨ଟା ସମୟରେ ସିଏସ(ପେଟା କଟାଯାଇ) ଶିଶୁପୁତ୍ରଟିକୁ ଜନ୍ମ କରାଯାଇଥିଲା।
ଶିଶୁପୁତ୍ରଟିର ଓଜନ ୩ କିଲୋ ୧୦୦ ଗ୍ରାମ ରହିଥିବା ଶିଶୁଟି କାନ୍ଦିବା ସମୟରେ ତାର ଦୁଇଟି ଦାନ୍ତ ଥିବା ଡାକ୍ତର ଓ ସହକାରୀ କର୍ମଚାରୀମାନେ ଦେଖିଥିଲେ। ଏ ନେଇ ଡ. ସରୋଜିନୀ ପ୍ରଧାନଙ୍କୁ ପଚାରିବାରୁ ଏହା ଶିଶୁଟିର ଜନ୍ମ ଦାନ୍ତ। ଏହା କୌଣସି ଅପ୍ରୀତିକର କଥା ନୁହେଁ। ଏମିତି ଘଟଣା ପୂର୍ବରୁ ମଧ୍ଯ ଘଟିଛି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/01/6581c5da-0e46-4b16-8ddf-bd33b536e0ed-1-2025-08-01-20-26-49.jpg)