ବାଲେଶ୍ୱର: ଭ୍ୟାନ୍‌ରେ ଲାଗିଲା ନିଅାଁ, ୬୦ ପ୍ରତିଶତ ନଷ୍ଟ

ବାଲେଶ୍ୱର: ବାଲେଶ୍ୱର ସହରର ଆଇଟିଆଇ ଛକ ଦେଇ ଯାଉଥିବା ଏକ ଓମିନି ଭ୍ୟାନ୍‌ରେ ଗୁରୁବାର ଅପରାହ୍ନରେ ହଠାତ୍‌ ନିଅାଁ ଲାଗିଛି। ଫଳରେ ଭ୍ୟାନ୍‌ର ୬୦ ପ୍ରତିଶତ ଜଳି ଯାଇଛି। ଭ୍ୟାନ୍‌ରେ ନିଅାଁ ଲାଗିବା ପରେ ସ୍ଥାନୀୟ ଲୋକେ ପାଣି ଆଣି ଲିଭାଇଥିଲେ। ସୂଚନା ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ପହଞ୍ଚିବା ପୂର୍ବରୁ ଭ୍ୟାନ୍‌ର ୬୦ ପ୍ରତିଶତ ଜଳି ଯାଇଥିଲା।

ସଦର ଥାନା ଅନ୍ତର୍ଗତ କୁରୁଡା ଅଞ୍ଚଳର କୈଳାଶ ମହାପାତ୍ର ହେଉଛନ୍ତି କାର୍‌ର ମାଲିକ। ସେ ନିଜେ ଭ୍ୟାନ୍‌ (ଓଡି ୧୧ବି ୨୧୦୫)କୁ ଚଳାଉଥିଲେ।

 

ସମ୍ବନ୍ଧିତ ଖବର