ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ : ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

ବାଲେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଂଜ ଜିଲ୍ଲା କପ୍ତିପଦା ବ୍ଲକ ସହକାରୀ ଯନ୍ତ୍ରୀ ସଦାନନ୍ଦ ଜେନା ଭିଜିଲାନ୍‌ସ ଜାଲରେ ପଡ଼ିଛନ୍ତି। ଆଜି ସକାଳୁ ଏକକାଳୀନ ଭାବେ ତାଙ୍କ ଘର, ଭଡ଼ାଘର, ଅଫିସ ଆଦି ମୋଟ ୫ଟି ସ୍ଥାନରେ ଚଢ଼ଉ ହୋଇଛି। ମୋଟ ଏକକୋଟି ୩ ଲକ୍ଷ ୨୩ ହଜାର ଟଙ୍କାର ସମ୍ପତ୍ତିର ହିସାବ ଭିଜିଲାନ୍‌ସ ହାତରେ ଲାଗିଛି। ଆଜି ସକାଳୁ ଭିଜିଲାନ୍‌ସ ଟିମ୍‌ ଯନ୍ତ୍ରୀ ଜେନାଙ୍କ ଉଦଳାସ୍ଥିତ ଅଗ୍ନିଶମ କେନ୍ଦ୍ର ନିକଟ ଭଡ଼ାଘରେ ପହଞ୍ଚିଥିଲା। ଆଉ ଏହା ଜାଣିପାରି ମର୍ଣ୍ଣିଂଓ୍ଵାକ୍‌ରେ ବାହାରିଥିବା ଶ୍ରୀ ଜେନା ଆଉ ଫେରିନଥିଲେ। ଫଳରେ ଦୀର୍ଘ ସମୟ ଧରି ଏହି ଟିମ୍‌ ଅପେକ୍ଷା କରିଥିଲା। ଅପରାହ୍‌ଣରେ ଯନ୍ତ୍ରୀଙ୍କ ପତ୍ନୀଙ୍କୁ ଆଣି ତାଲା ଖୋଲିବା ପରେ କାଗଜପତ୍ର ଯାଞ୍ଚ କରାଯାଇଥିଲା।

ସମ୍ବନ୍ଧିତ ଖବର