ଭିଜିଲାନ୍‌ସ ଜାଲରେ ପ୍ରଧାନଶିକ୍ଷକ: ଘର ଓ ଅଫିସ ସମେତ ୬ଟି ସ୍ଥାନରେ ଚଢ଼ଉ, କୋଟିଏ ଟଙ୍କାର ସମ୍ପତ୍ତି ଠାବ

ବାଲେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଜଣେ ପ୍ରଧାନଶିକ୍ଷକଙ୍କ ଘର, ଅଫିସ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍‌ସ ପକ୍ଷରୁ ଚଢ଼ଉ କରାଯାଇଥିବା ବେଳେ ପାଖାପାଖି କୋଟିଏ ଟଙ୍କାର ସମ୍ପତ୍ତିର ସନ୍ଧାନ ମିଳିଛି। ସଂପୃକ୍ତ ପ୍ରଧାନଶିକ୍ଷକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ପଞ୍ଚୁପାଲୀ ହରପ୍ରସାଦ ନୋଡାଲ ହାଇସ୍କୁଲ ମନୋରଞ୍ଜନ ବାରିକ।

ସୂଚନା ଅନୁଯାୟୀ, ବାଲେଶ୍ୱର ଭିଜିଲାନ୍‌ସ ଏସ୍ପି ସୁନୀଲ କୁମାର ସେନାପତିଙ୍କ ନିର୍ଦେଶ କ୍ରମେ ୫ଟି ଟିମ୍‌ ଗଠନ ହୋଇ ପ୍ରଧାନଶିକ୍ଷକ ବାରିକ୍‌ଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବା ୬ ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ଏଥିରେ ପଞ୍ଚୁପାଲୀ ହାଇସ୍କୁଲ ପରିସରରେ ଥିବା ତାଙ୍କ କାର୍ଯ୍ୟାଳୟ, ଖନ୍ତାପଡ଼ା ସ୍ଥିତ ଆବାସିକ ଘର ଓ ର୍ନିମାଣାଧୀନ ୩ ମହଲା ବିଶିଷ୍ଟ ବିଲ୍‌ଡିଂ, ଅଙ୍ଗାରଗଡ଼ିଆରେ ଥିବା ଭଡ଼ାଘର, ଶେରଗଡ଼ ଛକ ନିକଟରେ ଥିବା ପେତୃକ ଘର ଓ ତିଲା ଅଞ୍ଚଳରେ ଥିବା ଶ୍ୱଶୁର ଘରେ ଚଉ କରାଯାଇ ବିଭିନ୍ନ କାଗଜପତ୍ର, ଆକାଉଣ୍ଟ, ବ୍ୟାଙ୍କ ଜମା ଓ ଅନ୍ୟାନ୍ୟ ସମ୍ପତ୍ତିର ଆକଳନ କରାଯାଇଥିଲା । ଚଢ଼ଉ ପରେ ଶ୍ରୀ ବାରିକଙ୍କ ନାଁରେ ସ୍ଥାବର ଅସ୍ଥାବର ସମ୍ପତ୍ତି ମିଶି ୯୬.୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଥିବା କୁହାଯାଇଛି । ସମ୍ପୃକ୍ତ ପ୍ରଧାନଶିକ୍ଷଙ୍କ ନାଁରେ ହୋଇଥିବା ୭୯/୧୮ରେ ଫାଇଲ୍‌ ମୂଳେ ଏହି ଚଢ଼ଉ କରାଯାଇଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର