ବାଲେଶ୍ୱର : ବାଲେଶ୍ୱର ଆରଟିଓ ଅଫିସର ଜୁନିୟର ଏମଭିଆଇ ବିପିନ ବିହାରୀ ଦାସଙ୍କ ଘରେ ଆଜି ଭିଜିଲାନ୍ସ ଚଢଉ କରିଛି। ଏକକାଳୀନ ୪ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସର ୪ଟି ଟିମ୍। ଭୁବନେଶ୍ୱରର ଗଙ୍ଗନଗରସ୍ଥିତ ଶ୍ରୀ ଦାସଙ୍କ ବାସଭବନ, ଏରସମାରେ ଥିବା ତାଙ୍କ ପୈତୃକ ଘର ସହ ବାଲେଶ୍ୱର ଅଫିସ ପ୍ରକୋଷ୍ଠ ଓ କୁଜଙ୍ଗ ସ୍ଥିତ ଶ୍ୱଶୁର ଘରେ ଭିଜିଲାନ୍ସ ଖାନତଲାସ କରିଛିା ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ଚଢଉ କରିଥିବା ସୂଚନା ଦେଇଛି। ବାଲେଶ୍ୱର ଅଫିସରେ ଚଢଉ ବେଳେ ଜୁନିୟର ଏମଭିଆଇ ଶ୍ରୀ ଦାସ ଅନୁପସ୍ଥିତ ଥିଲେ। ଦୀର୍ଘଦିନ ଧରି ତାଙ୍କ ବିରୋଧରେ ଭିଜିଲାନ୍ସରେ ମାମଲା ରହିଥିବା ସୂଚନା ମିଳିଛି। ଆଜିର ଚଢଉ ପରେ ଶ୍ରୀ ଦାସଙ୍କ ସମ୍ପତ୍ତି ପ୍ରାୟ ଦେଢ କୋଟି ଟଙ୍କାରୁ ଅଧିକ ହେବ ବୋଲି ଭିଜିଲାନ୍ସ ଠାବ କରିଛି।
ଏମଭିଆଇଙ୍କ ଘରେ ଭିଜିଲାନ୍ସ ଚଢ଼ଉ
/sambad/media/post_attachments/wp-content/uploads/2018/01/vigilance-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)