ବାଲେଶ୍ବର,: ସଦର ଥାନା ଅଧୀନ କସବା ଫାଣ୍ଡି ଦେଇ ଯାଇଥିବା ରାସ୍ତାରୁ ଏକ ମଦବୋଝେଇ ବୋଲେରୋ(ଓଆର-୦୫ଏଏଚ୍-୬୯୨୫)କୁ ଧରାଯାଇଛି। ଜବତ ହୋଇଥିବା ବୋଲେରୋ ଆଜି ଦ୍ବି-ପ୍ରହର ସମୟରେ ପୁରୁଣା ବାଲେଶ୍ବରରୁ ଦେଶୀମଦ ନେଇ ଯାଉଥିବା ବେଳେ ଖବର ପାଇ ସଦର ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ବାର୍ଡ ସେମାନଙ୍କୁ ଧରିବା ପାଇଁ ପିଛା କରିଥିଲେ। ହେଲେ ଉକ୍ତ ବୋଲେରୋରେ ଥିବା ଡ୍ରାଇଭର ଓ ଆଉଜଣେ ବ୍ୟକ୍ତି ଏହା ଜାଣିପାରି କସବା ଛକ ନିକଟ ରାସ୍ତାରେ ଗାଡ଼ି ରଖି ଖସି ପଳାଇଥିଲେ। ଜବତ ହୋଇଥିବା ଗାଡ଼ିରୁ ୧୦୦୦ ଲିଟରରୁ ଅଧିକ ଦେଶୀମଦ ରହିଥିବା ଜଣାଯାଇଛି। ଏହା ପୁରୁଣା ବାଲେଶ୍ବରରୁ ଗୋପାଳପୁର, ବାହାନଗା ଦେଇ ଭଦ୍ରକ ଯାଉଥିବା ଜଣାପଡ଼ିଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ ୧୫୫/୧୯ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ସୂଚନା ଦିଆଯାଇଛି।