ଜଳେଶ୍ବର ଆଇଆଇସି ଅଡିଓ ଭାଇରାଲ ଘଟଣା, ତଦନ୍ତ ପାଇଁ ପହଞ୍ଚିଲା ଭିଜିଲାନ୍ସ ଟିମ୍‌

ବାଲେଶ୍ବର: ପୂର୍ବତନ ଆଇଆଇସି ଧନେଶ୍ବର ସାହୁଙ୍କ ବ୍ରାଉନ୍‌ ସୁଗାର ଲିଙ୍କ୍‌ ଘଟଣାର ଅଧିକ ତଦନ୍ତ ପାଇଁ ଜଳେଶ୍ବରରେ ପହଞ୍ଚିଛି ଭିଜିଲାନ୍ସ ଟିମ୍‌ । ଭିଜିଲାନ୍ସର ଏହି ୮ ଜଣିଆ ସଦସ୍ୟ ବିଶିଷ୍ଟ ଟିମ୍‌  ଜଳେଶ୍ବରରେ ପହଞ୍ଚି ସାହୁଙ୍କ ସରକାରୀ କ୍ବାଟର ସିଲ ଖୋଲି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ବୋଲି ଜାଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ଆୟ ବହିର୍ଭୂତ ସମତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜଳେଶ୍ବରର ପୂର୍ବତନ ଆଇଆଇସି ଧନେଶ୍ବର ସାହୁଙ୍କ ସରକାରୀ ବାସଭବନ ସମେତ, ଏକାଧିକ ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା। ପ୍ରାୟ କୋଟିଏ ୧୧ ଲକ୍ଷରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ କରାଯାଇଥିବା ସୂଚନା ରହିଥିଲା। କେବଳ ଧନେଶ୍ବର ନୁହେଁ, ତାଙ୍କର ଜଣେ ଘନିଷ୍ଠ ଏଏସଆଇ ଓ ଗ୍ରାମରକ୍ଷୀଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ଉ କରିଥିଲା।

ଧନେଶ୍ବରଙ୍କ ଜଳେଶ୍ବରସ୍ଥିତ ସରକାରୀ ବାସଭବନ ସମେତ, ଭୁବନେଶ୍ବର ଶୈଳଶ୍ରୀବିହାର ଅଞ୍ଚଳରେ ଥିବା ଫ୍ଲାଟ୍, କଟକ ନରସିଂହପୁର ବଡ଼ଭୂଇଁର ପୈତୃକ ବାସଭବନ, ନରସିଂହପୁର ବନ୍ଧହୁଡାରେ ସମ୍ପର୍କୀୟଙ୍କ ଘରେ ଏକକାଳୀନ ଚଢ଼ଉ ହୋଇଥିଲା। ସେହିପରି ତାଙ୍କ ସହଯୋଗୀ ଏଏସଆଇଙ୍କ ଜଳେଶ୍ବରସ୍ଥିତ ସରକାରୀ କ୍ବାର୍ଟର, କଟକ ନିମପୁର ଅଞ୍ଚଳର ପୈତୃକ ବାସଭବନ ଓ କଟକ ଇମାମନଗରରେ ଥିବା ତାଙ୍କ ହୋଟେଲ ଆଦିସରେ ମଧ୍ୟ ଚଢ଼ଉ କରିଥିଲା ଭିଜିଲାନ୍ସ।

ସମ୍ବନ୍ଧିତ ଖବର