ବାଲେଶ୍ବର: ବାଲେଶ୍ବରରେ ଭୋଟ ସଂଗ୍ରହ ବେଳେ ଅନିୟମିତତା ଅଭିଯୋଗ ହୋଇଛି । ପୁରୁଣା ବାଲେଶ୍ୱର ୧ ନମ୍ବର ୱାର୍ଡ଼ରେ ଏ ନେଇ ଉତ୍ତେଜନା ଉପୁଜିଛି । ଭୋଟ ସଂଗ୍ରହ ପାଇଁ ଆସିଥିବା ପ୍ରିଜାଇଡିଂ ଅଫିସରଙ୍କୁ ଏହି ଅଭିଯୋଗରେ ଗ୍ରାମବାସୀ ଅଟକ ରଖିଛନ୍ତି। କରୋନା ସମୟରେ ପୋଷ୍ଟାଲ ବାଲାଟର ନିୟମରେ କିଛି ପରିବର୍ତ୍ତନ ହୋଇଥିବା ହେତୁ କିଛି ନିଦ୍ଦିଷ୍ଟ ବର୍ଗର ଲୋକ ଘରେ ରହି ମଧ୍ୟ ଭୋଟ ଦେଇପାରିବେ ।
ହେଲେ ବୟସ୍କ ବ୍ୟକ୍ତିଙ୍କ ଭୋଟରେ ଅନିୟମିତତା ଅଭିଯୋଗ ହୋଇଛି । ସୁସ୍ଥ ଓ ସକ୍ଷମ ମହିଳାଙ୍କୁ ଭୁଲ ତଥ୍ୟ ଦେଇ ଘରେ ବସି ଭୋଟ ଦେବାକୁ କହି ପ୍ରବର୍ତ୍ତାଇ ଭୋଟ ନେଇଛନ୍ତି ପ୍ରିଜାଇଡିଂ ଅଫିସର । ମହିଳା ଜଣଙ୍କ କେନ୍ଦ୍ରକୁ ଯାଇ ଭୋଟ ଦେବେ ବୋଲି କହିବାରୁ କରୋନା ପାଇଁ ଏପରି ନୂଆ ନିୟମରେ ଭୋଟ୍ ହେଉଥିବା କହି ଭୋଟ୍ ଗ୍ରହଣ କରିଛନ୍ତି ଅଧିକାରୀ । ଏକଥା ପ୍ରଘଟ ହେବା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖିବାକୁ ମିଳିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/2da29ed4-795c-4b5b-b685-1155a4be2b06.jpg)